Jump to content

ଜୋଗଣ

ଉଇକିଅଭିଧାନ‌ରୁ

ଜୋଗଣ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋଜନ; ତୁଳ; ସଂସ୍କୃତ - ଜେମନ=ଭୋଜନ)

[ସମ୍ପାଦନା]

ରାଜାଙ୍କ ଭୋଜନ; ମଣୋହି — Name given to the meal of a Rājā.

ବିଶେଷଣ -

[ସମ୍ପାଦନା]

ରାଜାଙ୍କ ଭୋଜନର ସାମଗ୍ରି ରୂପେ ବ୍ୟବହୃତ — Used as a material for a king's food.

(ଯଥା—ଜୋଗଣ ଓଖର=ରାଜାଙ୍କ ପିଇବା ଦୁଧ)

[ ଦ୍ର—ରାଜାମାନଙ୍କ ବ୍ୟବହୃତ ପଦାର୍ଥ, ଅଙ୍ଗପ୍ରତ୍ୟଙ୍ଗ ଓ ଦୈନିକ ନୀତ ଆଦିକୁ ସାଧାରଣ ନାମରେ ନ ଡାକି ଲୋକେ ସମ୍ମାନସୂଚକ ଭିନ୍ନ ନାମରେ ଡାକନ୍ତି ଯଥା ଗଭା (=ମୁଣ୍ଡ); ଶ୍ରୀଅଙ୍ଗ (=ଦେହ); ଛାମୁ (=ଆପଣ); କାଠିଲାଗି (=ଦାନ୍ତଘଷା) ମୁଣୋହ; ଜୋଗଣ (=ଭୋଜନ); ପହଡ଼ (=ନିଦ୍ରା); ଶୁଳେଇ (=ଝାଡ଼ା ଫେରିବା); ବିଡ଼ିଆ (=ପାନ); ଓଖର (=ଦୁଧ); ପନିଆର (=କ୍ଷୌର); ଶ୍ରୀହସ୍ତ (=ହାତ); ଶ୍ରୀମୁଖ (=ମୁଁହ); ଶୀତଳ ମୁଣୋହି (ଜଳଖିଆ)]