ଜ୍ଞାନ

ଉଇକିଅଭିଧାନ‌ରୁ

ବିଶେଷ୍ୟ(ଗ୍ରାମ୍ୟ) [୧][ସମ୍ପାଦନା]

  • ବୋଧେ
  • ପ୍ରତୀତି
  • ଜାଣିବା
  • ବୁଦ୍ଧି
  • ଇନ୍ଦ୍ରିୟଦ୍ଵାରା ଅନୁଭୂତି
  • ପରମାର୍ଥ ଜ୍ଞାନ
  • ଭଲମନ୍ଦ ବାଛବିଚାରଶକ୍ତି
  • ହିତାହିତ ବିଚାରବୁଦ୍ଧି
  • ତତ୍ତ୍ଵଜ୍ଞାନ
  • ପରଂବ୍ରହ୍ମ
  • ଚୈତନ୍ୟ
  • ସଂଜ୍ଞା

ବିଶେଷ୍ୟ(ଗ୍ରମ୍ୟ)[ସମ୍ପାଦନା]

  • ବାଳିକାର ଯୌବନପ୍ରାପ୍ତି

ଆଧାର[ସମ୍ପାଦନା]

  1. ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା -୧୦୧୨

ଜ୍ଞାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜ୍ଞା. ଧାତୁ+ଭାବ. ଅନ)[ସମ୍ପାଦନା]

୧. ଜାଣିବା — ୧. Knowing.
୨. ବୋଧ; ବୁଦ୍ଧି — ୨. Knowledge; an idea; understanding.
୩. ପ୍ରତୀତି; ଇନ୍ଦ୍ରିୟଦ୍ୱାରା ଅନୁଭୂତି —୩. Perception.
୪. ତତ୍ତ୍ୱଜ୍ଞାନ; ପରମାର୍ଥଜ୍ଞାନ — ୪. Wisdom; ture knowledge; religious or philosophical or scientific knowledge.
୫. ଚୈତନ୍ୟ; ସଂଜ୍ଞା; ଚେତା —୫. Consciousness.
୬. ହିତାହିତ ବିଚାର ବୁଦ୍ଧି —୬. Perception of what is right and what is wrong.
୭. ଭଲ ମନ୍ଦ ବାଛିବାର ବୋଧ ଶକ୍ତି; ହୋସ୍; ବୋଧଶକ୍ତି — ୭. Discretion.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବାଳିକାର ଯୌବନପ୍ରାପ୍ତି — ୧. Physical maturity of a girl.

(ଯଥା—ସେ ବାଳିକାଟି ଜ୍ଞାନ ପାଇଲାଣି)

୨. ବୟଃପ୍ରାପ୍ତ ହେବା ଅବସ୍ଥା, ସାବାଲଗୀ —୨. Majority.
୩. ଖିଆଲ; ସ୍ମରଣ —୩. Remembrance.

(ଯଥା—ମୋର ଏ କଥାରେ ଜ୍ଞାନ ନ ଥିଲା)

[ଦ୍ରଷ୍ଟବ୍ୟ —'ଜ୍ଞାନ'କୁ କବି ଓ ପଣ୍ଡିତମାନେ ସୂର୍ଯ୍ୟ, ଚନ୍ଦ୍ର, ଚକ୍ଷୁର ଅଞ୍ଜନ, ଉତ୍ସ, ଅଗ୍ନି, ସମୁଦ୍ର ଆଦି ସଙ୍ଗେ ତୁଳନା କରି ଅଛନ୍ତି ଏଥିଯୋଗୁଁ ଜ୍ଞାନାଗ୍ନି, ଜ୍ଞାନାର୍ଣ୍ଣବ, ଜ୍ଞାନୋଦୟ, ଜ୍ଞାନୋତ୍ସ, ଜ୍ଞାନାଞ୍ଜନ, ଜ୍ଞାନେନ୍ଦୁ ଇତ୍ୟାଦି ପଦ ସ୍ଥଳବିଶେଷରେ ବ୍ୟବହୃତ ହୋଇ ଥାଏ 'ଜ୍ଞାନ' ଶବ୍ଦ ଉଚ୍ଚାରଣ କରିବା ସମୟ 'ଜ୍ଞ'ର ଅନୁନାସିକ ଉଚ୍ଚାରଣ ପ୍ରକଟିତ ନ ହୋଇ ସାଧାରଣତଃ 'ଗ୍ୟାନ' ବୋଲି ଉଚ୍ଚାରିତ ହୁଏ]