Jump to content

ଜ୍ୟେଷ୍ଠା

ଉଇକିଅଭିଧାନ‌ରୁ

ଜ୍ୟେଷ୍ଠା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜ୍ୟେଷ୍ଠ+ଆ)

[ସମ୍ପାଦନା]
୧. ହିନ୍ଦୁ ଜ୍ୟୋତିଷୋକ୍ତ ୨୭: ଗୋଟି ନକ୍ଷତ୍ର ମଧ୍ୟରୁ ଅଷ୍ଟାଦଶ ନକ୍ଷତ୍ର (ନକ୍ଷତ୍ର ତଳେ ନୋଟ ଦେଖ) — ୧. Scorpion's body or back; the name of the ୧୮th star of Hindu astronomy; the ୧୮th lunar mansion (Hindu astronomy).
୨. ଗୃହଗୋଧିକା; ଝିଟିପିଟି — ୨. The common house-lizard.
୩. ହାତର ମଝି ଆଙ୍ଗୁଠି — ୩. The middle fingerr of the hand.
୪. ଗଙ୍ଗାନଦୀ —୪. The river Gaṅgā
୫. ଅଲକ୍ଷ୍ମୀ; ଲକ୍ଷ୍ମୀଙ୍କ ବଡ଼ ଭଉଣୀ —୫. The Goddess of misfortune; the elder sister of Laksmī.
୬. ପ୍ରଥମବିବାହିତା ସ୍ତ୍ରୀ (ମନୁ. ୯୧୨୨: ) — ୬. The eldest wife (M.W.).
୭. ସ୍ତ୍ରୀମାନଙ୍କ ମଧ୍ୟରୁ ଯେଉଁ ସ୍ତ୍ରୀକୁ ସ୍ୱାମୀ ବେଶି ଦେଖି ପାରନ୍ତି; ସୁଭଗା ସ୍ତ୍ରୀ —୭. A preferred wife (M.W.); the most favourite wife.
୮. ବାର୍ହାସ୍ଫତ୍ୟ ଦ୍ୱାଦଶ ବର୍ଷମାନଙ୍କର ଅଷ୍ଟମ ବର୍ଷ — ୮. The ୧୮th year in the J̄upiter's cycle of years (M.W.).
୯. ତନ୍ତ୍ରୀବିଶେଷ; ତାରଯୁକ୍ତ ବାଦ୍ୟ ଯନ୍ତ୍ରବିଶେଷ — ୯. A kind of stringed musical instrument (M.W.).

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଜ୍ୟେଷ୍ଠର ସ୍ତ୍ରୀଲିଙ୍ଗ — Feminine of Jyeshṭha.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟେଷ୍ଠାଂଶ)

[ସମ୍ପାଦନା]
୧. ଜ୍ୟେଷ୍ଠାଂଶ; ହିନ୍ଦୁ— ସ୍ମୃତି ଅନୁସାରେ ଜ୍ୟେଷ୍ଠ ପୁତ୍ର ଅନ୍ୟ ପୁତ୍ରମାନଙ୍କ ଅପେକ୍ଷା ପୈତୃକ ସମ୍ପତ୍ତିରୁ ପାଇବା ଅଧିକା ଭାଗ — ୧. A largest share in the paternal property which devolves on the eldest brother during partition; the property in excess claimed by the eldest brother according to the Hindu law out of the paternal property during partition.
୨. ଜ୍ୟେଷ୍ଠ ପୁତ୍ର ସମସ୍ତ ପୈତୃକ ସମ୍ପତ୍ତିରେ ଅଧିକାରୀ ହେବା ପ୍ରଥା, ଯଦ୍ଦ୍ୱାରା ଅନ୍ୟ ପୁଅମାନେ କେବଳ ଖୋରାକ— ପୋଷାକ ପାଆନ୍ତି —୨. Primogeniture.