Jump to content

ଜ୍ୱାଳା

ଉଇକିଅଭିଧାନ‌ରୁ

ଜ୍ୱାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଜ୍ୱଳ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଅଗ୍ନିଶିଖା —୧. A flame.

ଶୃଭ ଜ୍ୱାଳାଙ୍କରେ ତୁମ୍ଭର ସୈନ୍ୟ ତୃଣ— ବନକୁ ପୋଡ଼ି ଦେଲେ ଅରଜୁନ ଜାଣ କୃଷ୍ଣସିଂହ. ମହାଭାରତ. ଦ୍ରୋଣ

୨. ପ୍ରଚଣ୍ଡ ବା ଉଜ୍ଜ୍ୱଳ ଆଲୋକ — ୨. Illumination; bright light.
୩. ଶରୀରର ପ୍ରଦାହ ବା ଜଳାପୋଡ଼ା — ୩. Inflammation; burning sensation.
୪. ଦିହରେ ନିଆଁ ଖୁଣ୍ଟା ମାଡ଼ିବାଦ୍ୱାରା ଯେଉଁ କଷ୍ଟ ଅନୁଭୂତ ହୁଏ; ନିଆଁରେ ପୋଡ଼ି ହେବାଦ୍ୱାରା ଅନୁଭୂତ କଷ୍ଟ —୪. Burning pain.
୫. ଦୁଃଖ —୫. Misery.
୬. କଷ୍ଟ; କ୍ଳେଶ —୬. Trouble; pain; pangs.
୭. ପ୍ରାବଲ୍ୟ —୭. Virulence.
୮. ଦାଉ; ନିର୍ଯାତନ; ଅତ୍ୟାଚାର — ୮. Oppression; torment; torture.

[ଦ୍ରଷ୍ଟବ୍ୟ —ଏହି ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବିଭିନ୍ନ ପ୍ରକାର କଷ୍ଟାନୁଭୂତି ପ୍ରକାଶ କରେ; ଯଥା—ପେଟର ଜ୍ୱାଳା; ସଂସାରର ଜ୍ୱାଳା; ପିଲାଙ୍କ ଜ୍ୱାଳା, ମୁରବ୍ୱୀଙ୍କ ଜ୍ୱାଳା]

୯. ପୋଡ଼ା ଭାତ; ଦଗ୍ଧାନ୍ନ —୯. Burnt rice.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଯୋଗୀ ବା ବାୟୁସାଧକମାନଙ୍କର ବ୍ୟବହୃତ ଶବ୍ଦ)— ମୁଖ —Mouth.