ଜୟଦେବ
ଜୟଦେବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]'ଗୀତଗୋବିନ୍ଦ' ନାମକ ସଂସ୍କୃତ ଗୀତିବାକ୍ୟ ରଚୟିତା —The famous poet of the Sanskrit lyrical ballad Gītagobinda.
[ଦ୍ରଷ୍ଟବ୍ୟ —ଏ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀର କେନ୍ଦୁ ବିଲ୍ୱ ଗ୍ରାମବାସୀ କବି ଏହାଙ୍କ ପିତାଙ୍କର ନାମ ଭୋଜଦେବ, ମାତାଙ୍କ ନାମ ବାମାଦେବୀ ଏ ବଙ୍ଗର ରାଜା ଲକ୍ଷ୍ମଣ ସେନଙ୍କ ସଭାପଣ୍ଡିତ ଥିଲେ ମାତ୍ର କେହି କେହି କହନ୍ତି—"ଏ ଏକାଦଶ ଶତାବ୍ଦୀର କବି ଓ ଉତ୍କଳରାଜାଙ୍କ ସଭାକବି ଥିଲେ ଏହାଙ୍କ ରଚିତ 'ଗୀତଗୋବିନ୍ଦ'ର ନିତ୍ୟପାଠ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତି ମଧ୍ୟରେ ଗୋଟିଏ ପ୍ରଧାନ଼ ନୀତି ଜୟଦେବ ପୁରୀବାସୀ ଥିଲେ" (ଜଗବନ୍ଧୁ. ପ୍ରାଚୀନ ଉତ୍କଳ) ଆଜିପର୍ଯ୍ୟନ୍ତ ବଙ୍ଗୀୟମାନେ ଜୟଦେବଙ୍କୁ ବୀରଭୂମ ଜିଲ୍ଲାର କେନ୍ଦୁବିଲ୍ୱ ଗ୍ରାମବାସୀ ବୋଲି ପ୍ରମାଣ କରିଥିଲେ କିନ୍ତୁ ଜୟଦେବ଼ ଯେ ଉତ୍କଳର କେନ୍ଦୁଳୀ ଶାସନରେ ଜନ୍ମଗ୍ରହଣ କରିଥିଲେ ଭକ୍ତ— ମାଳା ଗ୍ରନ୍ଥର ନିମ୍ନୋଦ୍ଧୃତ ଶ୍ଳୋକରୁ ତାହା ସ୍ପଷ୍ଟରୂପେ ପ୍ରମାଣିତ ହୁଏ
ଜଗନ୍ନାଥପୁରୀପ୍ରାନ୍ତେ ଦେଶେ ଚୈବୋତ୍କଳାବିଧେ କିନ୍ଦୁବିଳ୍ୱ ଇତିଖ୍ୟାତଃ ଗ୍ରାମୋ ବ୍ରାହ୍ମଣସଂକୁଳଃ ତକ୍ରୌତ୍କଳୋ ଦ୍ୱିଜୋ ଜାତୋ ଜୟଦେବ ଇତିଶ୍ରୂତଃ ବିଦ୍ୟାଭ୍ୟାସରତଃ ଶାନ୍ତଃ ପୁରୁଷୋତ୍ତମପୂଜକଃ ଭକ୍ତମାଳା ଗ୍ରନ୍ଥ ]