ଜୟନ୍ତୀ
ଦେଖଣା
ଜୟନ୍ତୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଜୟନ୍ତୀ
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଇନ୍ଦ୍ରଙ୍କ କନ୍ୟା — ୧. Daughter of Indra.
- ୨. ଦୁର୍ଗା —୨. Goddess Durgā
- ୩. ଅଷ୍ଟନାୟିକାଙ୍କ ମଧ୍ୟରୁ ଚତୁର୍ଥ ନାୟିକା — ୩. One of ୮ classes of heroines mentioned in the Hindu Ṡāstras.
ଅନୁବାଦ
[ସମ୍ପାଦନା]ତେଲୁଗୁ - ସୋମନ୍ତୀ
- ୪. ବୃକ୍ଷବିଶେଷ —୪. Name of a tree; Abutilon Avicennal; Seda Abutilon; Indian Mallow; American J̄ute (Kirtikar).
[ଦ୍ରଷ୍ଟବ୍ୟ —ଏ ଗଛ ଉତ୍ତରପଶ୍ଚିମ ପ୍ରଦେଶ, ସିନ୍ଧୁ, କାଶ୍ମୀର, ବଙ୍ଗ ପ୍ରଭୃତିରେ ଜନ୍ମେ ଏଥିର ଫୁଲର ପାଖୁଡ଼ା ହଳଦିଆ; ମଞ୍ଜି. ପତ୍ର ଓ ମୂଳ ଔଷଧରେ ଲାଗେ ଜୟନ୍ତୀଗଛର ପତ୍ରରୁ ରସ ବାହାର କରି ମୁଣ୍ଡରେ ଲଗାଇଲେ ସ୍ତ୍ରୀମାନଙ୍କର ପିତ୍ତ ଶାନ୍ତି ହୁଏ ଓ ମୁଣ୍ଡବ୍ୟଥା ଭଲ ହୁଏ]
୫ : (ଫଳିତ ଜ୍ୟୋତିଷ) ଶ୍ରାବଣ କୃଷ୍ଣ ଅଷ୍ଟମୀ ଅର୍ଦ୍ଧରାତ୍ରର କଳାମାତ୍ର ଅଧଃ ବା ଉର୍ଦ୍ଧରେ ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ଯେଉଁ ଶୁଭଯୋଗ ହୁଏ —୫. (astrology) An auspicious combination of stars happening in the dark fortnight of Ṡrābaṇa.
- ୬. ପତାକା —୬. A flag.
୭ : ହିନ୍ଦୁମାନଙ୍କର ବର୍ଷକ ମଧ୍ୟରେ୬ଦିନ କରାଯିବା ବ୍ରତ (ଉପବାସ) —୭. The vow observed by the Hindus on ୬ days in the year.
[ଦ୍ରଷ୍ଟବ୍ୟ —ଶିବରାତ୍ରି, ଜନ୍ମାଷ୍ଟମୀ, ନୃସିଂହଜନ୍ମ, ବାମନଜନ୍ମ, ରାମନବମୀ ଓ ମହାଷ୍ଟମୀ ଏମାନଙ୍କୁ ଷଡ଼ଜୟନ୍ତୀ ବୋଲାଯାଏ ]