ଝଡ଼ିବା

ଉଇକିଅଭିଧାନ‌ରୁ

ଝଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଝଡ଼ା(ଡ଼େ)ଇବା—ଣିଜନ୍ତରୂପ

ଦେଶଜ - କ୍ରି. (ସଂସ୍କୃତ - ଝଟଧାତୁ)[ସମ୍ପାଦନା]

୧. ବୃକ୍ଷାଦିରୁ (ପତ୍ରାଦି ବା ଫଳ) ସ୍ୱାସ୍ଥାନଚ୍ୟୁତ ହୋଇ ଭୂତଳରେ ପଡ଼ିବା; ଖସି ପଡ଼ିବା — ୧. To drop down from its proper place (e.g. leaves and fruits from the tree.)

ବିଭୀଷଣ ଝଡ଼ିଲା ପତ୍ରମାନ ଖାଇ ତପରେ ଶୀର୍ଣ୍ଣ କରି ଦେଲା ନିଜ ଦେହୀ—କୃଷ୍ଣସିଂହ. ମହାଭାରତ. ବନ

୨. ସ୍ଖଳିତ ହେବା —୨. To be dislocated; to be discharged.
୩. କୃଶ ହେବା; କ୍ଷୀଣ ହେବା — ୩. To become weak, emaciated or lean.

(ଯଥା—ଚାରିଦିନିଆଁ ଜରରେ ସେ ଖୁବ୍ ଝଡ଼ି ଗଲାଣି)

୪. (ଅନ୍ନ ଆଦି) ପେଟରେ ଜୀର୍ଣ୍ଣ ହେବା — ୪. To be digested.
୫. (ଲକ୍ଷଣାର୍ଥ) ବହୁଧା ପ୍ରକାଶିତ ହେବା; ଝରିବା — ୫. To appear profusely; to be emitted profusely.

ସ୍ମିତ ସୁଧାବିନ୍ଦୁ ଝଡ଼ୁଥାଇ—କବିସୂର୍ଯ୍ୟ. ସଙ୍ଗୀତ

୬. ଭାଙ୍ଗିଯାଇ ତଳେ ପଡ଼ିବା — ୬. To break and fall down.

ବୃକ୍ଷମାନେ କିରଣ ମଡ଼ମଡ଼ ରଡ଼ି ସେ ଗିରି ଶୃଙ୍ଗରୁ ପଡ଼ିଲେ ତଳେ ଝଡ଼ି କୃଷ୍ମସିଂହ. ମହାଭାରତ. ବନ

୭. ଲୁପ୍ତ ହେବା —୭. Disappear.

ଦେଲେ ଦିବ୍ୟ ବାସ, ଝଡ଼ିଲା ସେ ପ୍ରାସ, ମୁଦି ହେଲା ହୃଦସ୍ଥଳୀ ବିଶ୍ୱନାଥ. ବିଚିତ୍ର ରାମାୟଣ


୮. (ଆକ୍ରାନ୍ତ ବ୍ୟକ୍ତିର ଦେହରୁ ମନ୍ତ୍ରାଦିଦ୍ୱାରା ଭୁତ, ପ୍ରେତ, ବିଷ ଓ ରୋଗାଦି) ଛାଡ଼ିବା —୮. (Evil sprit disease or poison) To be expelled from the body by the application of charms.

ତନ୍ତେ ମିଶି ପ୍ରୀତି ବିଷ ନ ଝଡ଼ିଲା ଭୀତି ବୈରାଗ୍ୟ ମନ୍ତରେ ନନ୍ଦକିଶୋର. ଶର୍ମିଷ୍ଠା

୯. (ଲକ୍ଷଣାର୍ଥ) କ୍ଷୟ ହେବା; କମିବା — ୯. (figurative) To lesson; to diminish.

ଝଡ଼ିବ ବଳ କୋମଳ ଛାତିରୁ କବିସୂର୍ଯ୍ୟ. ସଙ୍ଗୀତ

୧. (ପୁରୁଷ ପକ୍ଷରେ) ମୈଥୁନ ପରେ ବୀର୍ଯ୍ୟପାତ କରିବା — ୧୦. To have one's semen discharged after copulation (said of males).
୧୧. (ସ୍ତ୍ରୀ ପକ୍ଷରେ) ମୈଥୁନ କାଳରେ ଅତିରିକ୍ତ ରୂପେ ଉତ୍ତେଜିତ ହେବା —୧୧. To have orgasm during copulation (said of females).

[ଦ୍ରଷ୍ଟବ୍ୟ —ଏଥିର ଅସମାପିକା ରୂପ ସଙ୍ଗେ ପଡ଼ିବା ଓ ଯିବା କ୍ରିୟା ଯୁକ୍ତ ହୁଏ]