ଝର୍ଝର

ଉଇକିଅଭିଧାନ‌ରୁ

ଝର୍ଝର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଝର୍ଝ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର)[ସମ୍ପାଦନା]

୧. କଳିଯୁଗ —୧. The Kali or Iron age.
୨. ନଦବିଶେଷ —୨. Name of a river.
୩. ଝରଣାରୁ ପାଣି ତଳେ ପଡ଼ିବାର ଶବ୍ଦ; ଉଚ୍ଚରୁ ତଳକୁ ଜଳ ବେଗରେ ପଡ଼ିବାର ଶବ୍ଦ —୩. Sound of falling water; pattering sound.

ଗିରି ଗହନରେ ଝରଇ ନିର୍ଝର ଝର୍ଝର ଶୁଭଇ ଧନି ନନ୍ଦକିଶୋର. ନିର୍ଝରିଣୀ


୪. ବାଦ୍ୟଯନ୍ତ୍ରବିଶେଷ; ତାସା —୪. A kind of kettle-drum (which is struck with small twigs and makes a pattering sound.
୫. ଝାଞ୍ଜ —୫. Thin and cymbals.

ହସ୍ତ ବଳୟ ପଦ କଟକର ସ୍ୱନ ପ୍ରଖର ମର୍ଦ୍ଦକ ଝର୍ଝର ଭଞ୍ଜ. ପ୍ରେମସୁଧାନିଧି

୬. ବେତ୍ରନିର୍ମିତ ଦଣ୍ଡବିଶେଷ (ଜ୍ଞାନେନ୍ଦ୍ର) — ୬. A kind of stick or staff of cane.
୭. ଜାଲିଚଟୁ —୭. A sieve-like ladle.
୮. ହିରଣ୍ୟାକ୍ଷ ଅସୁରର ଏକ ପୁତ୍ରର ନାମ — ୮. Name of a son of demon Hiraṇyāksha.
୯. ଗୋଡ଼ରେ ପିନ୍ଧାଯିବା ଗହଣାବିଶେଷ (ହିନ୍ଦୀ - ଶବ୍ଦସାଗର) ୯. A kind of ornament for the leg.