ଝିଙ୍କା
ଦେଖଣା
ଝିଙ୍କା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଝିଙ୍କା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧିକ୍ଷ ଧାତୁ—ସଂଦୀପନ କରିବା କିମ୍ୱା ଧା ଧାତୁ)
[ସମ୍ପାଦନା]- ୧. ଚୁଲିର ଉପର ପରିଧିରେ ଥିବା ଗୋବ ବା ଶୃଙ୍ଗ ବା ମୃତ୍ପିଣ୍ଡ; ଚୁଲିର ଶିଂଘ — ୧. Knobs or clods of earth placed on the upper circumference of an oven.
ଅନୁବାଦ
[ସମ୍ପାଦନା]ଝିଙ୍କା
|
[ଦ୍ରଷ୍ଟବ୍ୟ —ଚୁଲିରେ ସାଧାରଣତଃ ତିନି ଗୋଟି ଝିଙ୍କା ଥାଏ ଏମାନଙ୍କ ମୁଣ୍ଡ ଉପରେ ଚୁଲିରେ ହାଣ୍ଡି ବସେ; ଚୁଲିରେ ଝିଙ୍କା ଉପରେ ହାଣ୍ଡି ବସିଲାବେଳେ ଚୁଲି ଉପର ମୁହଁର ପରିଧି ଓ ହାଣ୍ଡିର ତଳ ମଧ୍ୟରେ ଯେଉଁ ବ୍ୟବଧାନ ରହେ ସେହି ବାଟେ ଚୁଲିରୁ ଧୁଆଁ ବାହାରି ଯାଏ]
- ୨. ସ୍ତ୍ରୀମାନଙ୍କ ମୁଣ୍ଡର ଅଳଙ୍କାରବିଶେଷ; ଗୋଜିକାଠି — ୨. A kind of hairpin.
- ୩. (ସଂସ୍କୃତ - ଧିକ୍ଷ ଧାତୁ=ଆକର୍ଷଣ କରିବା; କ୍ଳେଶ ଦେବା) ଓଟରା ବା ସବଳେ ଆକର୍ଷଣ; ହଠାତ୍ ସବେଗରେ ଆକର୍ଷଣ — ୩. Tug; pulling with jerks.
ଏମନ୍ତେ ହେଲେ ସଭା ମଧ୍ୟେ ବାଳ ଝିଙ୍କା—କୃଷ୍ଣସିଂହ, ମହାଭାରତ. ଉଦ୍ଯୋଗ
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଓଟରା ହେବା — ୧. Pulled with a jerk.
- ୨. ଈଣା —୨. Lighter; less.