Jump to content

ଝିଣ୍ଟୀ

ଉଇକିଅଭିଧାନ‌ରୁ

ଝିଣ୍ଟୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - (ଝିମ୍=ଅନୁକରଣ ଶବ୍ଦ+ରଟ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ ଅ=ସ୍ତ୍ରୀ. ଈ; ନିପାତନ)

[ସମ୍ପାଦନା]

ବାସକାଦି ବର୍ଗୀୟ ବନ୍ୟ ପୁଷ୍ପ— କ୍ଷୁପବିଶେଷ —A kind of shrub growing wild; Barlaria.

[ଦ୍ରଷ୍ଟବ୍ୟ —ଏହା ଅନେକ ପ୍ରକାରର]

୧. କଣ୍ଟା ଝିଣ୍ଟି ବା ଦାସକେରଣ୍ଟା; ଏ ଗଛର କାଣ୍ଡରେ କଣ୍ଟା ଥାଏ; ଫୁଲ ହଳଦିଆ ସଂସ୍କୃତ - କୁରୁଣ୍ଟକ, କିଙ୍କିରାତି — ୧. Barlaria Prionites.


୨. ସାଦାଝିଣ୍ଟି; ଗଛରେ କଣ୍ଟା ନ୍ହିଁ ଫଳ ଦୀର୍ଘ ଓ ଫୁଲ ଧଳା; ସଂସ୍କୃତ - ସୈରେୟା, ସୈରେୟକ, କଟସାରିକା ସହଚର, ସହାଚର, ଝିଣ୍ଟି ===
୨. ନେଳି ଝିଣ୍ଟି; ଫୁଲ ନେଳିଆ ସଂସ୍କୃତ - ବାଣା ଦାସୀ; ଆର୍ତ୍ତଗଳ ===
୪. ନାଲି ଝିଣ୍ଟି ଅଅଁଳେଇ ଫୁଲ; ଫୁଲ ଆରକ୍ତ ସଂସ୍କୃତ - କୁରୁତକ — ୨. ୩ & ୪. Barlaria Cristata of different varieties; Dichotoma.

[ବୈଦ୍ୟଶାସ୍ତ୍ର ଅନୁସାରେ ଝିଣ୍ଟୀ କୁଷ୍ଠ, ବାୟୁ, ରକ୍ତ— ଦୋଷ, କଫ, କଣ୍ଡୁ ଓ ବିଷ ହରଣ କରେ; ଏହା ତିକ୍ତ ମଧୁର ରସ, ଉଷ୍ଣବୀର୍ଯ୍ୟ, ଈଷତ୍ ଅମ୍ଳ ଓ କେଶରଞ୍ଜକ; ଏହା ସେବନ କଲେ କୁଷ୍ଠ, ବାତ, ବ୍ରଣ, ଚର୍ମବିକାର, ଶ୍ୱାସ, କାସ, ଜ୍ୱର, ଶୋଥ, ଅଗ୍ନି ମାଦ୍ୟ, ବାତରକ୍ତ, ରକ୍ତଦୋଷ, କଫ, କଣ୍ଡୂ, ଶୂଳ, ଓ ଦାରୁଣ ବିଷ— ବିକାର ନଷ୍ଟ ହୁଏ, କାନ୍ତି ବୃଦ୍ଧି ହୁଏ, ବଳିପଳିତ ନିବାରିତ ହୁଏ, ଦନ୍ତ ଓ କେଶର ଉପକାର ହୁଏ—ବ୍ରଜବନ୍ଧୁ, ଦ୍ରବ୍ୟଗୁଣ କଳ୍ପଦ୍ରୁମ]