Jump to content

ଝିଲ୍ମିଲ୍

ଉଇକିଅଭିଧାନ‌ରୁ

ଝିଲ୍ମିଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଝିଲ୍ମିଲି, ଝିଲିମିଲିଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଖଡ଼ଖଡ଼ି; କବାଟ ବନ୍ଦ ହୋଇଥିବା ଅବସ୍ଥାରେମଧ୍ୟ ଘର ଭିତରକୁ ବାୟୁ ଓ ଆଲୋକ ପଶିବା ଭଳି ଅନେକ ଖଣ୍ଡ ପଟାରେ ତିଆରି ଏକ ପ୍ରକାର କବାଟ —୧. Venetian blind (for doors and windows); a shutter.

[ଦ୍ରଷ୍ଟବ୍ୟ —ଝିଲ୍ମିଲ୍ କବାଟ ଏପରି ଭାବରେ ପ୍ରସ୍ତୁତ ଯେ, ତାହାରି ପଛ ଆଡ଼େ ଥିବା ଛଡ଼କୁ ଝିଙ୍କି ଟାଣି ଦେଲେ କବାଟ ବନ୍ଦଥିବା ଅବସ୍ଥାରେ କବାଟ ଭିତରେ ଥିବା ସରୁ ପଟାମାନଙ୍କ ମଧ୍ୟରେ ଫାଙ୍କାମାନ ମେଲା ହୋଇଯାଏ ଓ ଉକ୍ତ ଛଡ଼କୁ ଛଡ଼ି ଦେଲେ ଉକ୍ତ ଫାଙ୍କମାନ ବନ୍ଦ ହୋଇଯାଏ ସେ ଫାଙ୍କାମାନ ନେଲା ହେଲେ ଉକ୍ତ ଫାଙ୍କ ବାଟେ ବାୟୁ ଓ ଆଲୋକ ଗୃହ ମଧ୍ୟକୁ ଯାଏ ଗାଡ଼ି ଓ ପାଲିଙ୍କିର କବାଟମାନଙ୍କରେ ମଧ୍ୟ ଏ ପ୍ରକାର ସୂତ୍ର ଥାଏ]

୨. ଖୁବ୍ ପତଳା; ଜାଲଜାଲୁଆ —୨. Gauze-like.
(ଝିଲମିଲ୍କାଣୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୩. ଯେଉଁ ବ୍ୟକ୍ତି ଆଖିର ପଲକକୁ ସବୁବେଳେ ଉଠାଉ ଥାଏ ଓ ପକାଉଥାଏ ଓ ଯାହାର ଦୃଷ୍ଟିଶକ୍ତି ଉତ୍ତମ ନୁହେଁ —୩. A dim-sighted person; one who always quickly moves his eyelids up and down.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅତି ଉଜ୍ଜଳ — Very bright; dazzling.