ଝିଲ୍ଲି
ଦେଖଣା
ଝିଲ୍ଲି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଝିଙ୍କାରୀ — ୧. A cricket (Apte)
କେବେ ଉଲ୍ଲୁକ ଅବା ଝିଲ୍ଲି, କର୍କଶ ଭାବ ଠାରୁ ବଳି ଜଗନ୍ନାଥ, ଭାଗବତ
- ୨. ବାଦ୍ୟଯନ୍ତ୍ରବିଶେଷ — ୨. A kind of musical instrument (Apte)
- ୩. ଚମଡ଼ାର ତନ୍ତୁରେ ନିର୍ମିତ କାଗଜ — ୩. Parchment (Apte).
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛି)
[ସମ୍ପାଦନା]- ୧. (କାନ ଭିତରର) ସୂଷ୍ମ ଚର୍ମ; (କାନର) ଜାଲି —୧. Membrane; diaphram; thin skin inside the ear.
- ୨. (ସଂସ୍କୃତ - ଜାଳ)—କୁଣ୍ଡଳାକାର ରଚିତ ଓ ଘୃତପକ୍ୱ ସରୁ ସରୁ ନାଡ଼ି ଥିବା ମିଷ୍ଟାନ୍ନବିଶେଷ; ନାଡ଼ୀ — ୨. A kind of spiral cake.
ଚନ୍ଦ୍ରକାନ୍ତି ଝିଲ୍ଲି ନାଡ଼ିକା ସୁଶୋଭନ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
[ ବିରି ଓ ଚାଉଳ ବଟାକୁ ଗୋଟିଏ ଛିଦ୍ରଯୁକ୍ତ ଷଢ଼େଇ ବା କନାରେ ପୂରାଇ ତହିଁରୁ ବାହାରିବା ଶରୀର ନାଡ଼ୀ ଭଳି ତରଳ ପଦାର୍ଥ ଫୁଟିଲା ଘିଅରେ ପୁଆଇଲେଲ ଏହି ପିଠା ପ୍ରସ୍ତୁତ ହୁଏ ଓ ଏହା ଉପରେ କନ୍ଦଚୂନା ଛିଞ୍ଚି ଏହାକୁ ମିଠା କରାଯାଏ ଏହାକୁ ଶିରାରେ ବୁଡ଼ାଇଲେ ଏହା ଝିଲିପି ହୁଏ; ଶିରାରେ ନ ବତୁରାଇଲେ ଝିଲ୍ଲି ହୁଏ]
- ୩. (ସଂସ୍କୃତ - ଝିଲ୍ଲି)—ଝିଙ୍କାରୀରବ — Chirping of crickets.
ଝିଲ୍ଲି ସଙ୍ଗେ ଖରା ଛାପିଛାପିକିଆ ପ୍ରଦୋଷର ମହାଚ୍ଛାୟା ରାଧାନାଥ. ଯଯାଜି