Jump to content

ଝୁଙ୍କିବା

ଉଇକିଅଭିଧାନ‌ରୁ

ଝୁଙ୍କିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଧୁକ୍ଷ; ଧାତୁ=ସନ୍ଦୀପନ; କ୍ଲେଶନ)

[ସମ୍ପାଦନା]
୧. ନିଶାରେ ଟଳିବା —୧. To reel with in toxication; to totter; to stagger.
୨. ଟଳିବା —୨. To reel.
୩. ଆଗକୁ ନଇଁ ପଡ଼ିବା —୩. To stoop forward.
୪. ଦୋହୋଳିବା —୪. To shake.
୫. ନିଷ୍ଠା ସହକାରେ ଲାଗିବା ବା ଶ୍ରମ କରିବା — ୫. To labour at a thing with effort.

ବଙ୍ଗଳା ଏପିଡ଼େମିକ୍ ଫିଭର୍ ଓ ବୋମ୍ଭେ ପ୍ଲେଗରେ କେଡ଼େ କେଡ଼େ ଡାକ୍ତର ଝୁଙ୍କିଥିଲେ, କଣ କଲେ? ଫକୀରମୋହନ. ଛମାଣଆଠଗୁଣ୍ଠ

୬. କୌଣସି ବ୍ୟକ୍ତି ଉପରେ ଗୁରୁ ଦାୟିତ୍ୱ ବା ଅଭିଯୋଗ ଲଦା ହେବା —୬. (any grave responsility or charge) To lie on the head of a person.

ଥରେ ଗୋଟିଏ ଚୋରି ତାହା ଉପରେ ଝୁଙ୍କିଥିଲା ଫକୀରମୋହନ. ଛମାଣଆଠଗୁଣ୍ଠ

୭. ନଇଁବା; ନତହେବା —୭. To bend.
୮. ଗୋଟିଏ ପାଖକୁ ଢଳିବା — ୮. To lean to one side; to incline.