ଝୁଣ୍ଟିବା
ଦେଖଣା
ଝୁଣ୍ଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝୁଣ୍ଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚାଲୁ ଚାଲୁ ଗୋଡ଼ର ଆଙ୍ଗୁଠି କୌଣସି କଠିନ ପଦାର୍ଥରେ ଆଘାତ ପାଇବା — ୧. To trip in walking to stumble; to tumble; to strike one's fingers of the leg against something rising out of the ground while walking.
ଝୁଣ୍ଟୁଛି କୁନିଙ୍ଗୀ ଗମନ କାଳେ ଝୁରୁଛି କୁରରୀ ପରି ବିରୋଳେ—ଗୋଲୋକ ଇନ୍ଦୁରେଖା
- ୨. ପ୍ରତିବନ୍ଧକରେ ପାଦାଗ୍ର ବାଜିବା ଯୋଗୁଁ ଗତିରୁଦ୍ଧ ହେବା; ପ୍ରତିହତଗତି ହେବା — ୨. To have one's motion retarded by tripping or stṛiking one's foot against something rising from the ground.
- ୩. କୌଣସି କଥା କହୁ କହୁ ବା ପଢୁପଢୁ ଅଟକିଯିବା — ୩. To stutter or stumble while speaking or reading.
- ୪. (ଲକ୍ଷଣାର୍ଥ) ନ ଜାଣି ଭ୍ରମରେ କାର୍ଯ୍ୟ କରିବା; ଭ୍ରମଯୁକ୍ତ କାର୍ଯ୍ୟ କରିବା; ଭ୍ରାନ୍ତିରେ ପଡ଼ିବା; ଭୁଲକରିବା — ୪. (figurative) To commit mistake or wrong; to transgress any rule unintentionally.
- ୫. (ଲକ୍ଷଣାର୍ଥ) ଅନାଦର କରିବା; ଖାତିର ନ କରିବା — ୫. (figurative) To disregard; not to care.
ଝୁଲି ଝୁଲି ଚାଲୁ ମୋଦେ ମଦେଶଜ - ଝୁମୁଝୁମୁ ତୋ ଝୁଣ୍ଟିଆ ନାଦେ ଝଟତି ନିର୍ଜର—ପ୍ରଭୁ—ଶୀରି—ଶିର—ଝରାକୁ ମୁଁ ଝୁଣ୍ଟିଯାଏଁ ପାଦେ କବିସୂର୍ଯ୍ୟ. କବିତା
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]ସକାଳୁ ଅଗଣାରେ ଗୋବର ପାଣି ଛିଞ୍ଚିବା; ଛରା ଦେବା —To sprinkle water mixed with cowdung in the courtyard on the morning.