Jump to content

ଝୁମୁକା

ଉଇକିଅଭିଧାନ‌ରୁ

ଝୁମୁକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଝୁମ୍କା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୂର୍ଣ୍ଣ)

[ସମ୍ପାଦନା]
୧. ଶିଶୁମାନଙ୍କର ଖେଳନାବିଶେଷ — ୧. Children's rattle.

[ଦ୍ରଷ୍ଟବ୍ୟ —ଏହା କାଚ ବା ଟିଣରେ ପ୍ରସ୍ତୁତ ଏହା ଫମ୍ପା ଓ ଏଥି ଭିତରେ ଗୋଡ଼ି ପୂରା ଯାଇଥାଏ ଏହାର ବେଣ୍ଟ ଧରି ହଲାଇଲେ ଏହା ଝୁମୁଝୁମୁ ବାଜେ]

୨. ଅନେକଗୁଡ଼ିଏ ହୁଗୁଳା ଲୁହା ମୁଦିଆ ଲାଗିଥିବା ଗୁଡ଼ିଆ— ମାନଙ୍କର ବୃତ୍ତାକାର ବଳା — ୨. A circular ring with smaller loose ones attached to it used by confectioners while going out to hawk sweetmeats.

[ଦ୍ରଷ୍ଟବ୍ୟ —ଗୁଡ଼ିଆମାନେ ମିଷ୍ଟାନ୍ନ ବୋଝ ଧରି ବିକ୍ରି କରିବା ଉଦ୍ଦେଶ୍ୟରେ ବୁଲିବା ସମୟରେ ସେମାନଙ୍କର ଆଗମନ ବିଷୟ ଜନସାଧାରଣଙ୍କୁ ଜଣାଇ ଦେବା ନିମନ୍ତେ ଏହି ଝୁମୁକାକୁ ହାତରେ ଧରି ହଲାଉ ଥାଆନ୍ତି]


ଅନୁବାଦ

[ସମ୍ପାଦନା]
୩. କାନର ଅଳଙ୍କାରବିଶେଷ; ସୂନାର କାପ — ୩. An earring with a round bob which revolves in the hole of the lobe of the ear.
୪. ଏକଜାତୀୟ ଲତା ଓ ତାହାର ଫୁଲ — ୪. Passiflora; passion flower; Crotoleria Siricea (Haines).

[ ଦ୍ର—ଏହି ଲତା ପ୍ରଥମେ ଆମେରିକାରୁ ଆନୀତ ହୋଇ ଆଜି— କାଲି ଏ ଦେଶରେ ବଗିଚାମାନଙ୍କରେ ଏହା କୃଷିଜାତ ହୋଇଅଛି ଏଥିର ଫୁଲ ବାଇଗଣି ରଙ୍ଗର, ଚକ୍ରାକାର, ସୁଗନ୍ଧ ଓ ପଞ୍ଚଦଳ ଫୁଲର ଦାଢରେ ସୁନ୍ଦର କେଶରମାନ ଥାଏ ଫୁଲ ବର୍ଷା ଦିନେ ଫୁଟେ ଫୁଲର ଗନ୍ଧ ମୃଦୁମଧୁର ଏ ଲତାର ପତ୍ର ତିନିକୋଣିଆଁ ଏହାକୁ ବାଡ଼, ଜାଲି ବା ରଞାରେ ମଡ଼ାଇଲେ ଏହା ଭଲ ମ଼ାଡ଼େ ଏହାର ମୂଳରୁ ୧୫୨: ହାତ ସୀମା ମଧ୍ୟରେ ଯେଉଁ ଯେଉଁଠାରେ ଭୂଇତଳେ ଚେର ମାଡିଥାଏ ସେଠାରେ ଚେରରୁ ନୂଆ ଲତା ଗଜୁରେ ଏବଂ ଉକ୍ତ ଗଜୁରିଥିବା ଲତାକୁ ଚେର ଅଂଶ ସହିତ କାଟି ଅନ୍ୟତ୍ର ରୋପଣ କଲେ ଏହା ପୁଣି ନୂଆ ଲତା ପରି ମାଡେ ଏ ଦେଶରେ ଏହାର ମଞି ହୁଏ ନାହିଁ ଲତାରୁ କଲମ କରିବାଦ୍ୱାରା ବା ଗଜୁରି ଥିବା ଲତାରୁ ନୂଆ ଗଛ ଉତୁରା ଯାଏ ଏହା ତ୍ରିବିଧ ଯଥା— ୧. ଝୁମୁକା (ଲତା)—(ଉପରେ ଦେଖ) ୨. ଚାନ୍ଦିଝୁମୁକା— ଏହାର ଫୁଲ ଧଳା ଓ ମ଼ୃଦୁ ସୁଗନ୍ଧଯୁକ୍ତ—White passiflora. ୩. ବଣଝୁମୁକା—ଫୁଲ ଧଳା ଈଷତ୍ ଦୁର୍ଗନ୍ଧ —Passiflora Foetida. ]