Jump to content

ଝୁରିବା

ଉଇକିଅଭିଧାନ‌ରୁ

ଝୁରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.— (ସଂସ୍କୃତ - ଝ ଧାତୁ=ତଳକୁ ପଡ଼ିବା)

[ସମ୍ପାଦନା]
୧. ପ୍ରିୟ ବ୍ୟକ୍ତିର ବିଚ୍ଛେଦରେ ଅଶ୍ରୁମୋଚନ କରିବା — ୧. To shed tears after an absent dear person.

ଝୁରିଥିବ ପ୍ରେୟସୀ ନିକି ବିଜନେ ରାଧାନାଥ. ମେଘଦୂତ

୨. ଅନୁପସ୍ଥିତ ପ୍ରିୟ ବ୍ୟକ୍ତି ବା ବସ୍ତୁର ଗୁଣ ସ୍ମରଣ କରି ଅହରହଃ ଶୋଚନା କରିବା —୨. To pine after or bemoan an absent dear person or thing.

ଝୁରିବାର ଏକା ହୋଇବ ସାର କବିସୂର୍ଯ୍ୟ. କିଶୋରୀଚମ୍ପୁ ଝ. ଗୀତ

୩. ପ୍ରତିବେଶୀ ବା ପ୍ରତିଦ୍ୱନ୍ଦୀର ସୁଖରେ ଈର୍ଷାନ୍ୱିତ ହୋଇ ଆପଣର ଦୁର୍ଭାଗ୍ୟକୁ ନିନ୍ଦା କରିବା ବା ଶୋଚନା କରିବା; ପରଶ୍ରୀକାତର ହେବା —୩. To bemoan one's lot by envying the good fate of one's neighbour or rival.

[ଯଥା—ତାର ସୁଖ ଦେଖି ସାଇପଡ଼ିଶା ଝୁରି ମରୁଛନ୍ତି]