ଟଳିବା

ଉଇକିଅଭିଧାନ‌ରୁ

ଟଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଟଳ ଧାତୁ)[ସମ୍ପାଦନା]

୧. (ମନ) ବିଚଳିତ ହେବା — ୧. (the mind) To be moved; to be agitated.

ମେନକାର ନିମେଷ ମାତ୍ର ଅସାଙ୍ଗ ଦୃଷ୍ଟିରେ ତା ମନ ଟଳି ଗଲା ଫକୀର ମୋହନ. ଛମାଣ ଆଠଗୁଣ୍ଠ

୨. ଖସିପଡ଼ିବା; ଗଡ଼ି ପଡ଼ିବା — ୨. To fall down; to come down.

ମଥାକୁ କୁମୁଦ ବନ୍ଧୁ ଟଳିଲାରେ କବିସୂର୍ଯ୍ୟ. ସଙ୍ଗୀତ


୩. (ପବନରେ) ଦୋହଳିବା — ୩. To rock; to wave to and fro.
୪. ଠିଆ ହୋଇ ନ ପାରି ଇତସ୍ତତଃ ଢଳିବା — ୪. To stagger; to totter.

ପାଚିଲେ ଆମ୍ୱ ପଣସ ତାତିଲେ ସଳିନ ଜଳିଲା ଶରୀର ମୋ ଟଳିଲା କଳେବର ପ୍ରାଚୀ, ରହସ୍ୟମଞ୍ଜରୀ

୫. (ପ୍ରତିଜ୍ଞା; କଥା) ଅନ୍ୟଥା ହେବା — ୫. To be nullified; to be rendered.
୬. (ଉପାୟ) ନିଷ୍ପଳ ହେବା — ୬. To be frustrated.
୭. (ନିର୍ଦ୍ଦିଷ୍ଟ ବେଳା) ଅତିକ୍ରାନ୍ତ ହେବା — ୭. To expire; to pass by.
୮. (ବଳ) କମିବା —୮. To become less; to diminish.
୯. (ଧୈର୍ଯ୍ୟ) ନାଶ ହେବା —୯. To decilne or vanish.
୧. (ମନୁଷ୍ୟ ନିଦ୍ରାରେ) ଘାରି ହେବା; ଢଳିବା — ୧୦. To reel; to dose.
୧୧. (ମନ) ସନ୍ଦେହରେ ଦୋଳାୟମାନ ହେବା — ୧୧. (mind) To waver; to hesitate.
୧୨. (ମନରୁ ବିବେକ; ଅନୁରୋଗ) ଲୁପ୍ତ ହେବା — ୧୨. To disappear.

ପ୍ରଦୀପ ଯେ ଜଳୁଥିବ, ବିବେକ ତ ଟଳୁଥିବା—କବିସୂର୍ଯ୍ୟ, ସଙ୍ଗୀତ

୧୩. (ମନ) ତରଳି ଯିବା; (କୌଣସି ବିଷୟ ପ୍ରତି) ଆକୃଷ୍ଟ ହେବା —୧୩. (mind) To be enamoured of.
୧୪. (ଆଦେଶ) ଉଲ୍ଲଘଂନ କରିବା; ଅତିକ୍ରମ କରିବା — ୧୪. To violate; to transgress; to go beyond.

ସ୍ୱାମୀ ଶ୍ୱଶୁରଙ୍କୁ କଥାରୁ ସେ ପଦେ ଟଳେ ନାହିଁ— କୁନ୍ତଳା କୁମାରୀ. ନଅତୁଣ୍ଡୀ

୧୫. ମୁଗ୍ଧ ହେବା — ୧୫. To be captivated or charmed.
୧୬. ବିଚଳିତ ହେବା; ମନର ସ୍ଥିରତା ହରାଇବା — ୧୫. To lose one's balance of mind or mental equilibrium.
୧୭. ସ୍ଥାନଚ୍ୟୁତ ହେବା; ସ୍ଖଳିତ ହେବା — ୧୭. To be displaced; to budge.
୧୮. (ଆଦେଶ) ଲଘିଂତ ହେବା; ଖଣ୍ଡିତ ହେବା; ଉଲ୍ଲଘିଂତ ହେବା —୧୮. (order) To bne violated or disobeyed.

ତୋ ଆଜ୍ଞା ଟଳିଲା କିମ୍ପାଇ ଭୂପତି. ପ୍ରେମପଞ୍ଚାମୃତ

୧୯. (ଲକ୍ଷାଣର୍ଥ) ହାରିବା; ପରାଜିତା ହେବା — ୧୯. (figurative) To be defeated.
୨. (ଲକ୍ଷଣାର୍ଥ) ଆକୃତକାର୍ଯ୍ୟ ହେବା — ୨୦. (figurative) To fail; not to succeed.

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା, ଯିବା କ୍ରିୟାର ସମାପିକାରୂପ ହୁଏ]