Jump to content

ଟାକୁଆ

ଉଇକିଅଭିଧାନ‌ରୁ

ଟାକୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ?)

[ସମ୍ପାଦନା]
୧. ପକ୍ୱ ଆମ୍ୱଫଳର ମଞ୍ଜି — ୧. Stone of the ripe mango fruit.

ଆମ୍ୱ ଖାଇଲା ପୁଅକୁ ଟାକୁଆ ଭଣ୍ଡଉଛି—ଢଗ

୨. (ସଂସ୍କୃତ - ତର୍କ) ବାଣୀ ବା ଝୋଟର ସୁତୁଲି କାଟିବାର ତାକୁଡ଼ି —୨. A spindle for spinning strings of jute or hemp.
୩. ତାକୁଡ଼ି ମୂଳରେ ଥିବା ମାଟିର, ଖପରାର ବା ପଥରର ପାତଳା ଚକତି —୩. A thin round piece attached to the base of a spindle.

ବିଶେଷଣ -

[ସମ୍ପାଦନା]

ଟାକୁଆ ପରି ଚେପଟା —Flat like a mango- stone.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ମିଷ୍ଟାନ୍ନ ଖଜା — A kind of sweetmeat like the stone of mango.

[ଦ୍ରଷ୍ଟବ୍ୟ —ପୁରୀ ଜଗନ୍ନାଥଙ୍କଠାରେ ଏହି ପିଠା ଭୋଗ ହୁଏ ଏହାର ଆକୃତି ଆମ୍ୱ ଟାକୁଆ ପରି ହୋଇଥିବାରୁ ଏହାକୁ ଟାକୁଆ ବୋଲି କହନ୍ତି]

(ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ମୋଟା ବନ୍ୟ ଲତା —A kind of thick wild creeper.

[ଦ୍ରଷ୍ଟବ୍ୟ —ଏହା ଆମ୍ୱ ପ୍ରଭୃତ୍ତି ବଡ଼ ଗଛରେ ମାଡ଼େ ଏହାକୁ ଲଇ କରନ୍ତି ଏ ଲତାକୁ ଛେଚି ଚିପୁଡ଼ିଲେ ଏଥିରୁ ମହୁପରି ବହଳ ରସ ବାହାରେ ତେଣୁ ଲୋକେ ଏହାକୁ ମହୁ ସଙ୍ଗେ ମିଶାଇ ବିକନ୍ତି]