Jump to content

ଟାଣି ହେବା

ଉଇକିଅଭିଧାନ‌ରୁ

ଟାଣି ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କଷ୍ଟରେ କଥା କହିବା ବା ନିଃଶ୍ୱାସ ମାରିବା; ନିଶ୍ୱାଃସ ନେବା ବା କଥା କହିବା ନିମନ୍ତେ ସମଧିକ ଉଦ୍ୟମ କରିବା; ଓଟାରିହେବା — ୧. To strain while talking or breathing.

(ଯଥା—ଅତି ଦୁର୍ବଳ ବା ରୋଗୀ ବ୍ୟକ୍ତି କଥା କହିଲାବେଳେ ଏବଂ ଶ୍ୱାସରୋଗୀ ନିଃଶ୍ୱାସ ମାରିବାବେଳେ ଟାଣିହୁଏ)

୨. ଉଚ୍ଚୈଃସ୍ୱରରେ କଥା କହିବା — ୨. To speak loudly.

କହିଲେ ଭୀମସେନ କ୍ରୋଧେ ହୋଇ ଟାଣି—କୃଷ୍ଣସିଂହ. ମହାଭାରତ ସଭା


୩. ଆସ୍ଫାଳନ କରିବା —୩. To boast; to brag.
୪. ଟାଣିବା କ୍ରିୟାର କର୍ମବାଚ୍ୟ — ୪. Passive voice of Tāṇibā