Jump to content

ଟାଳିବା

ଉଇକିଅଭିଧାନ‌ରୁ

ଟାଳିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଟଳ୍ ଧାତୁ; ଣିଚ୍ ଟାଳି ଧାତୁ; ଟଳିବାର ଣିଜନ୍ତରୂପ)

[ସମ୍ପାଦନା]
୧. ଟଳାଇବା; ବିଚଳିତ କରିବା; ଚାଳିତ କରିବା; ହୁଗୁଳାଇବା — ୧. To dislocate; to loosen.
୨. ମୂଳୋତ୍ପାଟନ କରିବା; ଓପାଡ଼ିବା — ୨. To uproot (as a tree).
୩. ବଞ୍ଚନା କରିବା; ଭଣ୍ଡିବା; ଭଣ୍ଡାଇବା — ୩. To dodge; to deceive; to brick.
୪. ଛଳନା କରିବା — ୪. To pretend; to prevaricate.
୫. ଛଳନାଦ୍ୱାରା କାଳକ୍ଷେପଣ କରିବା — ୫. To while time or put off under various pretexts; to evade; to dilly-dally.

ମିଆଦ ଟାଳିଲା ପିଆଦା ପରାଏ ମାର ଝିଙ୍କେ ଆସୁ ଯାଉ କବିସୂର୍ଯ୍ୟ. ସଙ୍ଗୀତ

୬. (ଗୁରୁଜନଙ୍କୁ) ଥଟ୍ଟା ବା ପରିହାସ କରିବା — ୬. To jest ones elders.
୭. (ଅଙ୍ଗୀକାର) ଅନ୍ୟଥା କରିବା — ୭. To break (one's promise).
୮. (ଆଜ୍ଞା) ଅବଜ୍ଞା କରିବା; ଲଂଘନ କରିବା — ୮. To disobey (an order).

ଟଙ୍କଧର ପାଦେ କିଙ୍କର ଯାର ଟାଳିବ କେ ଆଜ୍ଞା ସଂସାରେ ତାର —ଅଭିମନ୍ୟୁ. ବିଦଦଚିନ୍ତାମଣି

୯. ନିଜର ଦାୟିତ୍ୱ ଅନ୍ୟ ଉପରେ ଲଦିଦେବା ବା ପକାଇଦେବା —୯. To shirk one's responsibility to another.
୧. (ଆଦେଶ) ରଦ୍ କରିବା — ୧୦. To set aside (an order)
୧୧. ଆଘାତ ଆଦିକୁ ଆଡ଼ିବା; ସମ୍ଭାଳିନେବା — ୧୧. To ward off (a blow).

ସୁଯୋଧନ ରଜା ଅଟନ୍ତି ବୁଦ୍ଧିଶାଳୀ ସେ ଗଦା ପ୍ରହରାକୁ ଦେଲେ କରେ ଟାଳି—କୃଷ୍ଣସିଂହ. ମହାଭାରତ. ଶଲ୍ୟ

୧୨. (ଶୁଣ୍ଠୀ ପିପ୍ପଳୀ ଆଦି) ଔଷଧରୁପେ ବ୍ୟବହାର କରିବା ପାଇଁ ଈଷତ ଉଷ୍ମ କରିବା —୧୨. To scorch bits of dry ginger and long pepper etc for using them as medicine.