Jump to content

ଟିଟ୍ଟିଭ

ଉଇକିଅଭିଧାନ‌ରୁ

ଟିଟ୍ଟିଭ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଟିଟ୍ଟିଭା,ଟିଟ୍ଟିଭୀସ୍ତ୍ରୀଲିଙ୍ଗ

ସଂସ୍କୃତ - ବିଶେଷ୍ୟ - (ଟିଟ୍ଟି=ଅନୁକରଣ ଶଦ୍ଦ+ଭାଷ୍ ଧାତୁ+କର୍ତ୍ତୃ. ଅ; ତୁଳ ଲାଟିନ୍ ଟୋଟାନାସ, ଇଂ ଟାଟ୍ଟର)

[ସମ୍ପାଦନା]

ଟେଣ୍ଟେୟା; ଟେଁଟେଁୟା ପକ୍ଷୀ; ତେଣ୍ଟେଇ ଚଢ଼େଇ — The tattler bird; Totanus Flavipes.

[ଦ୍ରଷ୍ଟବ୍ୟ —ଏହା କୂଳେଚର ବର୍ଗର ପରିବିଶେଷ ଏହାର ଦେହ ପାଉଁଶିଆ ଧଳା ଓ ଚିତ୍ରିତ ଏହାର ମୁଣ୍ଡରେ ପାଖିଆ ପରି କଳା ପରର ଟୋପି ଅଛି; ଥଣ୍ଟ ସରୁ, କଳା ଓ ଲମ୍ୱ; ଗୋଡ଼ ଲମ୍ୱ ଲମ୍ୱ ଓ ସରୁ; ଲାଞ୍ଜର ଅଗ କଳା ଏହା ପ୍ରାୟ ୮ ଆଙ୍ଗୁଳି ଲମ୍ୱ ହୁଏ; ଏ ରାତିରେ ଗୋଡ଼କୁ ଆକାଶ ଆଡ଼କୁ ଟେକି ଚିତି ହେଇ ଶୁଏ; ପ୍ରବାଦ ଅଛି ଯେ,କାଳେ ସେ ଶୋଇଲା ବେଳେ ଆକାଶ ତାଉପରେ ଖସି ଅଜାଡ଼ି ହୋଇ ପଡ଼ିଯିବ ଓ ଯେବେ ଖସି ପଡ଼ିବ ତେବେ ସେ ତାହାର ଗୋଡ଼ଦ୍ୱାରା ଆକାଶକୁ ଟେକି ଧରି ଆପଣାକୁ ବଞ୍ଚାଇବ; ଏହି ଧାରଣାରେ ଟିଟ୍ଟିଭ ପକ୍ଷୀ ଗୋଡ଼ ଟେକି ଚିତି ହୋଇ ଶୁଏ ଏ ଉଡ଼ିଲା ବେଳେ ଏହାର ପ୍ରସାରିତ ପକ୍ଷରେ ଧଳା ଓ କଳା ପଟି ଦେଖାଯାଏ ଗେଣ୍ଡା ଓ ପୋକଜୋକ ଏହାର ଖାଦ୍ୟ ଏ ନଈ କୂଳରେ ଟେଁ ଟେଁ ଶଦ୍ଦ କରି ଉଡ଼େ ଏ ଚାଲିବା ବେଳେ ଲାଞ୍ଜକୁ ସର୍ବଦା ନଚାଉ ଥାଏ]