Jump to content

ଟିପା

ଉଇକିଅଭିଧାନ‌ରୁ

ଟିପା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଟିପଣୀ)

[ସମ୍ପାଦନା]
୧. ଲେଖି ରଖିଥିବା ସ୍ମାରକ ଟୀକା — ୧. Memo.
୨. ସଂକ୍ଷିପ୍ତ ନୋଟ୍ — ୨. Short notes; jottings.
୩. ଚିତା; ଟୋପା —୩. A Small circular mark on the brow made with the tip of the finger dipped in sandal-paste etc.
୪. ମଇଁଷିଙ୍କ ବେକରେ ବନ୍ଧାହେଇଥିବା ଗୋଟିଏ ପୋଲା ବାଉଁଶ ନଳି ଓ ତାହାର ଦୁଇ ପାଖରେ ଝୁଲୁଥିବା ଦୁଇ ଖଣ୍ଡ କାଠି; ଟିପେଇ —୪. A hollow piece of bamboo tube suspended to the neck of a buffalo and having two small sticks suspended on both sides of it.

ମହିଷ— ଟିପାର ଗୁରୁ ଗୁରୁ ଧ୍ୱନି ଘୋଷେ ମୃଗରିତ ଅରଣ୍ୟ ସରଣୀ ରାଧାନାଥ. ଚିଲିକା

[ଦ୍ରଷ୍ଟବ୍ୟ —ଦୁଷ୍ଟ ବା ଓଲିଆ ଗୋରୁ ମଇଁଷିଙ୍କ ବେକରେ ଏହା ବନ୍ଧା ହୋଇଥାଏ ସେମାନେ ଚାଲିଲା ବେଳେ କାଠି ଦୁଇ ଖଣ୍ଡି ପୋଲା ନଳିରେ ବାଜିବାରୁ ଟଣଟଣ ଶଦ୍ଦ ହୁଏ ଏବଂ ଏଥିରୁ ସେମାନଙ୍କ ଗତିବିଧି ଜଣାଯାଏ]

୫. ପାଇକମାନେ ବାଆଁ ହାତରେ ଧରିବା ଚାରିକୋଣିଆ ଢାଲ — ୫. A four cornered shield used by the foot-soldiers.

ଅନୁବାଦ

[ସମ୍ପାଦନା]
୬. ମାଇପେ କପାଳରେ ଘେନିବା ଗୁଞ୍ଜର ପୋକର ଦୃଢ଼ ପକ୍ଷର ନାଲି ଓ ନେଳି ଟିକିଲି —୬. Small circular slips of the hard green or red stiff wing of a kind of insect.
୭. ଛୁଞ୍ଚିରେ ସିଲାଇ କର୍ମ — ୭. Sewing with the needle.
୮. ଢ଼ାଗା —୮. Stitch

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବସନ୍ତ ରୋଗ ନିବାରଣ ପାଇଁ ଘନିବା ଟିକା — Vaccination; inoculation.