Jump to content

ଟେକିବା

ଉଇକିଅଭିଧାନ‌ରୁ

ଟେକିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ଟେକା(କେ)ଇବା—ଣିଜନ୍ତରୂପ)

ଦେଶଜ - କ୍ର (ସଂସ୍କୃତ - ଉତ୍ତୋଳନ; ସଂସ୍କୃତ - ଉତ୍କରଣ)

[ସମ୍ପାଦନା]
୧. ଉତ୍ତୋଳନ କରିବା; ଉଠାଇବା — ୧. To lift up; to raise up.

ଟେକି ଏ ସୁନ୍ଦର ଶ୍ରୀମୁଖଟି ପର ଘରବୁଡ଼ା ଫରମାସ କବିସୂର୍ଯ୍ୟ କିଶୋରୀଚମ୍ପୁଟ ଗୀତ

୨. ପ୍ରଶଂସା କରିବା — ୨. To praise.
୩. ଖୋଷାମତ କରିବା —୩. To flatter.
୪. (ସ୍ୱରକୁ) ଅପେକ୍ଷାକୃତ ଉଚ୍ଚ କରିବା; ବଢାଇବା; ଉଠାଇବା —୪. To raise (the voice); to speak in a higher tone.

ଯେତେବେଳେ ଟେକି ଗାଆନ୍ତି ସେ ଗୀତ ପରଭୃତ ଗରବ ହୋଇଯାଏ ଚ୍ୟୁତ—କୃଷ୍ଣସିଂହ ମହାଭାରତ. ସଭା

୫. (ରୋଗ) ବଢିବା; ବୃଦ୍ଧି ପାଇବା; ପ୍ରବଳ ହେବା — ୫. (a disease) To increase; to predominante.

(ଯଥା—ତାର ଆଜି ଅପସ୍ମାର ଟେକିଛି)

୬. ଭୂମିରୁ ଉତ୍ତୋଳନ କରିବା — ୬. To lift up (a thing) from the ground.

(ଯଥା—ବିଛଣା ଟେକିଦିଅ)

୭. ଦେବତା ଓ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଞ୍ଜୁଳାଦ୍ୱାରା ଜଳ ଉଠାଇ ତଳକୁ ଛାଡିଦେବା; ପାଣିଆଞ୍ଜୁଳା ଦେବା — ୭. To offer handfuls of water to the. Deities or the manes.

(ଯଥା—ସେ. ସୂର୍ଯ୍ୟଦେବତାଙ୍କୁ ନିତି ପାଣି ଟେକନ୍ତି)

[[]] ୮ ଟେକି ଦେବା ]] (୧): (ଦେଖ) - ୮. Ṭeki debā(୧) (See).

୯. ଛତା ଆଦିକୁ କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ଉଠାଇ କରି ଧରିବା —୯. To hold up (an umbrella) over the head of a person.
୧. କୌଣସି ବ୍ୟକ୍ତିକୁ ନମସ୍କାର ବା ଆଶୀର୍ବାଦ କରିବା ନିମନ୍ତେ ନିଜ ହାତକୁ ଉପରକୁ ଉଠାଇବା — ୧୦. To raise up one's palms for making obeisance to or blessing a person.
୧୧. (ମୁଣ୍ଡ) ସିଧାକରି ରଖିବା — ୧୧. To keep (the head) erect,
୧୨. (ଲକ୍ଷଣାର୍ଥ) ଅନ୍ୟର ମୁଖକୁ ସାହସ ସହିତ ଚାହିଁବା — ୧୨. (figutative) To look up to another's face with courage.

ଯେଉଁ ରାଜା ହୃଦୟରେ ଭୟ ହୁଏ ଜାତ, ମୁଣ୍ଡ ଟେକିବାକୁ କି ଥାଏ ତା ଆୟତ୍ତ କୃଷ୍ଣସିଂହ. ମହାଭାରତ. ସଭା

୧୩. ନେବା; ଚଳାଇବା —୧୩. To cause to move.

ବିହ ଯୁଦ୍ଧ ଯେତେ ମନୋରଥ ରଥ ଟେକିଲା ଏମନ୍ତ କହି— ଭଞ୍ଜ. ବୈଦେହୀଶବିଳାସ

୧୪. ନିମ୍ନତର ବସ୍ତୁକୁ ଉଚ୍ଚତର କରିବା — ୧୪. To heighten.

(ଯଥା—ଏ ନୁଆଣିଆଁ ଚାଳଟିକୁ ହାତେ ଟେକିଲେ ବିଶେଷ୍ୟ - ଚଳିବ ନାହିଁ)

(ଟେକାହେବା, ଟେକିହେବା—କର୍ମବାଚ୍ୟରୂପ)

[ଦ୍ରଷ୍ଟବ୍ୟ —ଏ କ୍ର ୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ପକା(କେ)ଇବା, ନେବା, କ୍ରିୟାର ଅସମାପିକରୂପ ଯୁକ୍ତ ହୁଏ ]