Jump to content

ଟେକି ଦେବା

ଉଇକିଅଭିଧାନ‌ରୁ

ଟେକି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବସ୍ତୁ ବା ପୁତ୍ର ବା କନ୍ୟାକୁ ହାତରେ ଧରି ବା ଉଠେଇ ଅନ୍ୟ ବ୍ୟକ୍ତିର ହସ୍ତରେ ଅର୍ପଣ କରିବା —୧. To give away a thing; to hand over a thing.

[ଯଥା—(୧) ପିତାମାତା ଶିଶୁକୁ ପୋଷ୍ୟ ପିତାଙ୍କୁ ଟେକିଦେଲେ (୨) କନ୍ୟାପିତା କନ୍ୟାକୁ ଜୋଇଁଙ୍କ ଟେକିଦେଲେ]

୨. ତଳୁ ଉପରକୁ ଉଠାଇବା; ଉତ୍ତୋଳନ କରିବା — ୨. To lift up.
୩. (ମୁର୍ଖ) ଊର୍ଦ୍ଧ୍ୱଆଡ଼କୁ ବୁଲାଇବା — ୩. To turn (the head) upwards.

ଟେକିଦିଅ ମୁଖ ଏ ଶୀତ ମୟୂଖ ଜିତ ହୋଇ ମରୁ ଚଳି କବିସୂର୍ଯ୍ୟ, ସଙ୍ଗୀତ


ଅନୁବାଦ

[ସମ୍ପାଦନା]

୧. To lift up and carry away a person or thing; to carry away a person on high.

(ଯଥା—ଡକାଇତମାନେ ଘରୁ ସମସ୍ତ ପଦାର୍ଥ ଟେକିନେଲେ)

୨. କୌଣସି ବ୍ୟକ୍ତିଙ୍କ ପ୍ରଦତ୍ତ ବସ୍ତୁକୁ ତାଙ୍କ ହସ୍ତରୁ ଗ୍ରହଣ କରିବା —୨. To take a thing which is handed over by another.

x x ଚଣ୍ଡିପାଠ ନିମନ୍ତେ ବାବୁଙ୍କ ହାତରୁ ସଙ୍କଳ୍ପଗୁଆ ଟେକିନେଇ ଓହ୍ଲାଇ ଆସିଲେ ଫକୀରମୋହନ. ଗଳ୍ପସ୍ୱଳ୍ପ

୩. କୌଣସି ବ୍ୟକ୍ତିକୁ ସମାଜରେ ଚଳାଇ ନେବା — ୩. To accept a person as a member of a particular society.

x x ମୋ ମୂଲାଜାରେ ପାଞ୍ଚ ଜଣ ତୋତେ ଟେକିନେଲେ ସିନା, ନୋହିଲେ ତୁ ଏକାବେଳକେ ଜିରସ୍ତାନ ହେଇ ଯାଇଥାନ୍ତୁ—ଫକୀରମୋହନ, ଛମାଣଆଠଗୁଣ୍ଠ

୪. କୌଣସି ସ୍ତ୍ରୀଲୋକକୁ ଅସତ୍ ଅଭିପ୍ରାୟରେ ଅପହରଣ କରିବା —୪. To abduct or kidnap a women by force with criminal intention.