ଠକ୍ ଠକ୍

ଉଇକିଅଭିଧାନ‌ରୁ

ଠକ୍ ଠକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. ବହୁବଚନ (ସଂସ୍କୃତ - ସ୍ତକ୍, ଷ୍ଟକ ଧାତୁ=ପ୍ରତିଘାତ)[ସମ୍ପାଦନା]

୧. କାଷ୍ଟାଦି ଦୃଢ଼ ବସ୍ତୁରେ ଅନ୍ୟ ଦୃଢ଼ ବସ୍ତୁର ଏକାଧିକ ଥର ବାଜିବାର ଶବ୍ଦ; ଧାତବ ପଦାର୍ଥ ଛଡ଼ା ଅନ୍ୟ କଠିନ ବସ୍ତୁଦ୍ୱୟର ଏକାଧିକ ଥର ଘାତପ୍ରତିଘାତ— ଜନିତ ଶବ୍ଦ —୧. Rattling sound; repeated tapping or rappingsound.

(ଯଥା—କାଠହଣା ଚଢ଼େଇ ଗଛରେ ଠକ୍ ଠକ୍ କରୁଛି; ଦାନ୍ତ ଶୀତରେ ଠକ୍ ଠକ୍ ବାଜୁଛି)

୨. ଖାଦ୍ୟାଭାବରୁ ବିକଳ ହୋଇ ଛଟ୍ ପଟ୍ ହେବା — ୨. Starving.

(ଯଥା—ଦୁର୍ଭିକ୍ଷ ଯୋଗୁଁ ତା ପିଲାମାନେ ଠକ୍ ଠକ୍ ହୋଇ ମଲେ)

୩. ବିଶେଷ ପରିମାଣରେ; ଟୋପା ଟୋପା ହୋଇ; ଥପ୍ଥପ୍ — ୩. Repeatedly; in copious drops.

(ଯଥା—ତା ଆଖିରୁ ଠକ୍ ଠକ୍ ଲୁହ ଗଡ଼ି ପଡ଼ିଲା)

୪. ପ୍ରତି ମୁହୁର୍ତ୍ତରେ; ବାରମ୍ୱାର — ୪. Repeatedly; in every moment.

(ଯଥା—ମୋ ବାଆଁ ଆଖି ଠକ୍ ଠକ୍ ଡ଼େଉଁଛି)

କ୍ରି. ବିଶେଷଣ -[ସମ୍ପାଦନା]

ଠକ ଠକ ଶବ୍ଦ କରି — ୧. Making a clicking sound.

(ଯଥା—ସେ କଠୋର ମାଡ଼ ଠକ୍ ଠକ୍ ଚାଲି ଯାଉଛି)

୨. ଅତ୍ ଦ୍ରୁତଗତିରେ ନୁହେଁ ବା ଅତି ଧୀର ଗତିରେ ନୁହେଁ ଏପରି ଚାଲିବା ପ୍ରକାରେ — ୨. In a stalking manner (neither rapidly nor slowly).

(ଯଥା—ଦେଢ଼ ବରଷର ପିଲା ଆମ ଜଗବନ୍ଧୁଟି ଠକ୍ ଠକ୍ ଚାଲିଲାଣି)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ବିରକ୍ତ; କୌଣସି ବ୍ୟକ୍ତି ଉପରେ ବିରକ୍ତ ଭାବ ମୁଖରେ ପ୍ରକାଶ କରୁଥିବା — ୧. Giving vent to annoyance by words.

(ଯଥା—ବଡ଼ ଯାଆ ସବୁବେଳେ ସାନ ଯାଆ ଉପରେ ଠକ୍ ଠକ୍ ହେଉଛି)

୨. ଶୁଷ୍କ; ନୀରସ (ସ୍ଥାନ) —୨. Dried up.

(ଯଥା—ମରୁଡ଼ିରେ ଧାନ ବିଲ ଯାକ ଠକ୍ ଠକ୍ ହୋଇ ଗଲାଣି)

୩. ଅଭୁକ୍ତ; ଉପବାସ ଜର୍ଜରିତ; ଛଟପଟ୍; ପାଟୁ ପାଟୁ — ୩. Starving; fasting.

(ଯଥା—ଠକ୍ ଠକ୍ ମଦନ. ଗୋପାଳ)

୪. ଚଞ୍ଛଳ ଚାଲୁଥିବା —୪. Walking briskly.

(ଯଥା—ଆମ ସାଆନ୍ତାଙ୍କର ଠକ୍ ଠକ୍ ଚାଲି ସଙ୍ଗେ ମୁଁ ଚାଲି ପାରିବି ନାହିଁ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବାରଂବାର ଦୁଇ ଜଣଙ୍କର କଳି କଜିଆ — ୧. Constant quarrelling between two persons; bickerings.
୨. ବାରଂବାର କୌଣସି ବ୍ୟକ୍ତି ଉପରେ ବିରକ୍ତି ପ୍ରକାଶ — ୨. Giving vent to one's displeasure repeatedly.

(ଯଥା—ମୁଁ ସେ ଘରେ ଏତେ ଠକ୍ ଠକ୍ ସହି ଚଳି ପାରିବି ନାହିଁ)