ଠୁଙ୍କିବା

ଉଇକିଅଭିଧାନ‌ରୁ

ଠୁଙ୍କିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ଠକର ଠକର ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଠେଙ୍ଗଣୀ ବା ରୋଳ ବାଡ଼ିର ଗୋବଦ୍ୱାରା ପ୍ରହାର କରିବା; କୁନ୍ଦିବା —୧. To strike or give blows with the butt of short stout sticks.
୨. ଠେଙ୍ଗଣୀଦ୍ୱାରା ପ୍ରହାର କରିବା — ୨. To cudgel.
୩. (ବ୍ୟଙ୍ଗ) ଖାଦ୍ୟ ଦ୍ରବ୍ୟକୁ ଖୁନ୍ଦି କରି ବା ପେଟକୁ "ଠୁ"ସି କରି ଖାଇବା; ଆକଣ୍ଠ ଭୋଜନ କରିବା — ୩. (ironical) To eat one's full.

(ଯଥା—ସେ ତିନି ବେଳ ଠୁଙ୍କି ଦେଇ ୟା ଦୁଆର ତା ଦୁଆର ହୋଇ ବୁଲୁଛି)

୪. କରାବଦ୍ଧ କରିବା; ଘର ଭିତରେ ବନ୍ଦ କରି ଦୁଆର ପକାଇ ଆଣିବା —୪. To imprison or keep a person in confinement.

(ଯଥା—ସେ ଦୁଷ୍ଟକୁ ୨ ଘଣ୍ଟା ଅନ୍ଧାର ଘରେ ଠୁଙ୍କି ଦେଲି)

୫. କାରାବନ୍ଧନ ଆଦେଶ ଦେବା; ଜେଲ୍ ଦେବା — ୫. To pass a sentence of imprisonment.

(ଯଥା—ମେଜେଷ୍ଟର ଚୋରକୁ ୩ ମାସ ମିଆଦ ଠୁଙ୍କି ଦେଲେ)

୬. ଆଘାତ କରିବା —୬. To strike.

ଠଣା ଠୁଙ୍କି ତାପ ତ୍ରାସ ମୁଣ୍ଡେ ମନମଥ ପୀଶ ବନ୍ଧନ କର ତୁ ମତେ ମୋ ଚିତ୍ତରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଠ ଗୀତ

୭. ବନ୍ଦ ହୋଇଥିବା କବାଟରେ ହାତ ଗୋଡ଼ ବା ଆଙ୍ଗୁଠି ଆଘାତ କରିବା —୭. To knock at (the door).

ନିଶିତମ ହୋଇ ଥାଏ ବିକଟ ଆସି ଜଗେ ଠୁଙ୍କ ଯାହା କବାଟ କବିସୂର୍ଯ୍ୟ. ସଙ୍ଗୀତ


୮. ଧୀରେ ଧୀରେ ଆଘାତ କରିବା — ୮. To strike slowly.

ମୁଖ ନିବେଶିଲା ନିଜ ଉରଜେ କ୍ଷିତି ଠଙ୍କି ଆରମ୍ଭିଲା କରଜେ ଭଞ୍ଜ. ଲାବଣ୍ୟବତୀ

୯. ପିଟିବା; ମାଡ଼ଦେବା —୯. To beat; to thrash.
୧. ଖୀଲ ଆଦିକୁ ଛୋଟ ଛିଦ୍ରରେ ବାଡ଼େଇ ପୁରାଇବା — ୧୦. To drive a peg into a small hle.
୧୧. (ନାଲିସ, ଅରଜି, ମକଦ୍ଦମା) ଦାଏର କରିବା — ୧୧. To file (a suit or complaint or case).
୧୨. ଥାପଡ଼େଇବା; ଧୀରେ ଧୀରେ ଚପେଟାଘାତ କରିବା — ୧୨. To pat; to tap.