Jump to content

ଡୁଡୁ

ଉଇକିଅଭିଧାନ‌ରୁ

ଡୁଡୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଡୁଉଡୁ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଏଥିରେ ଆକ୍ରମଣକାରୀ ବାଳକ 'ଡୁ ଡୁ' ଧ୍ୱନି ଉଚ୍ଚାରଣ କରେ ବୋଲି ଏହି ନାମକରଣ)

[ସମ୍ପାଦନା]

ବାଗ୍ ଡୁ ଡୁ; ବାଗୁଡ଼ି ଗୁଡ଼ୁ ଖେଳୁ; ଢୁ ଢୁ ଖେଳ; ଯୁବକ ଓ ବାଳକମାନଙ୍କର ଉପଯୋଗୀ ଏକପ୍ରକାର ବ୍ୟାୟାମସାଧ୍ୟ କ୍ରୀଡ଼ା — A kind of field-game requiring

physical exercise and played by two parties of young men or boys of equal number on both sides of a line drawn on the ground.

[ଦ୍ରଷ୍ଟବ୍ୟ —ଏ ଖେଳରେ ଭୂମିରେ ଗୋଟିଏ ମଧ୍ୟ—ରେଖା ଟଣାଯାଏ ଓ ରେଖାର ଦୁଇପାଖରେ ସମାନ ସଂଖ୍ୟକ ଦୁଇଦଳ ଖେଳାଳି ରହନ୍ତି ଗୋଟିଏ ପକ୍ଷରୁ ଜଣେ ପିଲା ଉପର୍ଯ୍ୟୁପରି ଡୁଡୁ ଶବ୍ଦ ଉଚ୍ଚାରଣ କରି ଉକ୍ତରେଖାକୁ ଅତିକ୍ରମ କରି ଏକା ନିଶ୍ୱାସକେ ବିପକ୍ଷ ପକ୍ଷର ସୀମା— ନିର୍ଦ୍ଦିଷ୍ଟ ସ୍ଥାନ (ପାହି)କୁ ଯାଇ ବିପକ୍ଷ ଦଳର ପିଲାମାନଙ୍କ ମଧ୍ୟରୁ ଜଣକୁ ଛୁଇଁ ଦେଇ ଯେବେ ଅପରପକ୍ଷଙ୍କଦ୍ୱାରା ଧାରା ନ ପଡ଼ି ସେହିକ୍ଷଣି ଏକା ନିଶ୍ୱାସକେ ମଧ୍ୟରେଖାକୁ ଡେଇଁ ଆପଣାର ସୀମା (ପାହି)କୁ ପଳାଇ ଆସି ପାରେ, ତେବେ ସେ ଯେଉଁଖେଳାଳିକୁ ଛୁଇଁଥାଏ ସେ ଖେଳାଳିଟି 'ମରେ'; ପରନ୍ତୁ ଆକ୍ରମଣକାରୀ ନିଜ ପାହିକୁ ନ ଆସୁଣୁ ଅପରପକ୍ଷର କୌଣସି ଖଳାଳିଙ୍କଦ୍ୱାରା ଧରା ପଡ଼ି ଗଲେ ଆକ୍ରମଣକାରୀ ନିଜେ 'ମରେ'; ତତ୍ପରେ ଅପର ପକ୍ଷରୁ ଜଣେ ପିଲା ପୁଣି ଏ ପକ୍ଷକୁ ଆକ୍ରମଣ କରେ ଏକ ପକ୍ଷରୁ ଗୋଟିଏ ଖେଳୀଳି 'ମରି ଗଲେ' ବିପକ୍ଷ ପକ୍ଷର ମରିଥିବା ଜଣେ ଖେଳାଳି 'ଜୀଇଁ ଉଠେ' ଏହିପରି ଏ ଖେଳ ଲାଗିଥାଏ ଆକ୍ରମଣକାରୀ ଖେଳାଳୀ ଏକା ନିଶ୍ୱାସକେ ଅପରପକ୍ଷର ପାହିକୁ ଯାଇ ଅପର ପକ୍ଷର ଜଣେ କାହାକୁ ଛୁଇଁ ଦେଇ ସେ ନିଶ୍ୱାସ ଶେଷ ନ ହେଉଣୁ ଆପଣା ସୀମାକୁ ଫେରି ନ ପାରିଲେ ସେ 'ମରେ' ଆକ୍ରମଣକାରୀ ପିଲାର ଏକା ନିଶ୍ୱାସ ବାରି ହୋଇ ପାରିବା ନିମନ୍ତେ ଉକ୍ତ ପିଲା 'ଡୁ ଡୁ' 'ଢୁ ଢୁ' 'ବାଗ୍ ଡୁ ଡୁ; 'ହା ଡୁ ଡୁ' 'ଛେତ୍ପାକ୍ ଡୁ ଡୁ' ଆଦି ମୁଖର ଶବ୍ଦ ଓ ଗୀତରେ ପଦମାନ ମୁହଁରେ ବୋଲୁଥାଏ; ସେ ମୁଖର ଶବ୍ଦ ବନ୍ଦ କରି ଦେଲେ ଜଣା ଯାଏ ଯେ ନିଶ୍ୱାସ ନେବା ନିମନ୍ତେ ପାଟି ବନ୍ଦ କଲା ଅତଏବ ଏକାନିଶ୍ୱାସ ହେଲାନାହିଁ ଏହି ଡୁ ଡୁ ଖେଳରେ ଆକ୍ରମଣକାରୀଙ୍କ ଉଚ୍ଚାରିତ ଗୋଟି କେତେ ପଦ ନିମ୍ନରେ ଦିଆ ଗଲା ଯଥା—୧ ଚେକି ଚେକି ମଦରଙ୍ଗା, ଫୁଲ ଫୁଟେ ରଙ୍ଗା ରଙ୍ଗା ୨ କଳା କଳା ବାଇଗଣ ଧଳା ଧଳା କଉଡ଼ି, ନେଇ ଯା ତୋ ବାଇଗଣ ଦେଇ ଯା ମୋ କଉଡ଼ି ୩ ବାଘ ମଲା ଯନ୍ତାରେ, ଘିଡ଼ି ଘିଡ଼ି ଶବଦ କଲା ସମୁଦ୍ର ପନ୍ତାରେ ୪ ପଣସ ପତର ରଙ୍ଗ ଟୁହୁଟୁ, ମାରିବି ଜାବୁଡ଼ା ଭାଙ୍ଗିବି ବୁକୁ ]