Jump to content

ଡୁବିତ

ଉଇକିଅଭିଧାନ‌ରୁ

ଡୁବିତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ବାଇବ୍ଲ ଅନୁବାଦକଙ୍କ ଭାଷା)

[ସମ୍ପାଦନା]
୧. ପାଣିରେ ଡୁବା ହୋଇଥିବା —୧. Immersed in water.
୨. ଡୁବନ ବା ଜଳସଂସ୍କାରଦ୍ୱାରା ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ — ୨. Baptised.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଓ ଡୁବକ ଓ ଡୁବନ ଶବ୍ଦକୁ ଖ୍ରୀଷ୍ଟିୟାନ୍ ପାଦ୍ରୀ (Missionary) ମାନେ ଉଦ୍ଭାବନ କରି ଅଛନ୍ତି ଓଡ଼ିଆ ଡୁବ ଧାତୁରେ ସଂସ୍କୃତ ଅକ, ଅନ ପ୍ରତ୍ୟୟ କରି ଡୁବକ, ଡୁବନ ଓ ଇତ ପ୍ରତ୍ୟୟ କରି ଡୁବିତ ଶବ୍ଦ ନିଷ୍ପନ୍ନ ସେଗୁଡ଼ିକୁ ଯଥାକ୍ରମେ ଇଂରାଜୀରେ Baptiser, Baptism, Baptised ଅର୍ଥରେ ପ୍ରୟୋଗ କରି ଅଛନ୍ତି

ଶିଶୁ ଜନ୍ମ ହେବାର କିଛି ଦିନ ପରେ ଖ୍ରୀଷ୍ଟଧର୍ମଯାଜକ ଗିରିଜାରେ ଥିବା ପବିତ୍ର ଜଳ କୁଣ୍ଡରେ ତାହାକୁ ସ୍ନାନ କରାଇ ଖ୍ରାଷ୍ଟଧର୍ମରେ ଦୀକ୍ଷିତ କରି ତାହାର ନାମକରଣ କରନ୍ତି ଅନ୍ୟ ଧର୍ମାବଲମ୍ୱୀବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କଲେ ତାକୁ ମଧ୍ୟ ପ୍ରଥମେ ପାଦ୍ରୀମାନେ ଜଳରେ ଡୁବାଇ ତା ପରେ ଦୀକ୍ଷା ଓ ନୂତନ ନାମ ଦିଅନ୍ତି ଏହି ସ୍ନାନ ଓ ଦୀକ୍ଷା— ବିଧିକୁ 'ଡୁବନ' ବୋଲାଯାଏ ଆମ ଦେଶରେ ଶିଶୁମାନଙ୍କ 'ନାମ— କରଣ' ବିଧି ସଙ୍ଗେ ଏ 'ଡୁବନ' ବିଧି ତୁଳନା କରାଯାଇ ପାରେ ଶିଶୁର 'ନାମକରଣ' କରିବା ଓ ଅଧିକ ବୟସ୍କ ବ୍ୟକ୍ତିକୁ ଗୁରୁ 'ନାମକରଣୀ' ଦେବା ବା 'ମନ୍ତ୍ର ଦେବା'କୁ ଇଂରାଜୀ ଭାଷାରେ 'Baptism' (ବାପ୍ଟିଜିମ୍) ଶବ୍ଦ ସଙ୍ଗେ ତୁଳନା କରାଯାଇ ପାରେ

ବାଇବ୍ଲର ପୁରାତନ ଅନୁବାଦରେ ବ୍ୟବହୃତ ହୋଇଥିବା ଡୁବକ, ଡୁବନ ଓ ଡୁବିତ ଶବ୍ଦ ପରିବର୍ତ୍ତେ ରେଭରେଣ୍ଡ୍ ଏଚ୍. ଡବ୍ଲୁ ପାଇକ୍ ସାହେବ ତାଙ୍କର ୧୯୨୭:ରେ ଅନୁବାଦରେ ଯଥାକ୍ରମେ ଜଳଦୀକ୍ଷାଦାତା ଗୁରୁ, ଜଳଦୀକ୍ଷୀ, ଜଳଦୀକ୍ଷିତ ଶବ୍ଦମାନ ବ୍ୟବହାର କରି ଅଛନ୍ତି]