Jump to content

ଡୁବିବା

ଉଇକିଅଭିଧାନ‌ରୁ

ଡୁବିବା

ଉଚ୍ଚାରଣ

[ସମ୍ପାଦନା]

[ଡୁବିଯିବା—ଅନ୍ୟରୂପ]

[ଡୁବାଇବା—ଣିଜନ୍ତ]

ଅନୁବାଦ

[ସମ୍ପାଦନା]

[ଡୁବା(ବେ)ଇବା—ଣିଜନ୍ତ]

[ଡୁବା ହେ(ଯି)ବା—କର୍ମବାଚ୍ୟ ରୂପ]

ଦେଶଜ - କ୍ରି. [ସଂସ୍କୃତ - ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂସ୍କୃତ - ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ୟୟରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ୟବହାର ଅଛି]

[ସମ୍ପାଦନା]
୧. ଜଳାଦିରେ ବୁଡ଼ିବା; ନିମଜ୍ଜିତ ହେବା; ଜଳମଗ୍ନ— ହେବା —୧. To dive; to dip; to sink; to plunge in water.
୨. (ସଂସ୍କୃତ - ବୁଡ଼ ଧାତୁ=ଆଚ୍ଛାଦନ, ତ୍ୟାଗ; ଯୋଗେଶ୍ଚନ୍ଦ୍ର) ଆଚ୍ଛାଦିତ ହେବା — ୨. To be covered over.

(ଯଥା—ଚନ୍ଦ୍ର ମେଘରେ ଡୁବି ଗଲେ)

୩. ଆକ୍ରାନ୍ତ ହେବା; ବିହ୍ୱଳ ହେବା — ୩. To be overwhelmed.

(ଯଥା—ମୁଁ ଦେଣାରେ ଡୁବି ଗଲିଣି)

୪. ଅସ୍ତଗାମୀ ହେବା —୪. To set.

ଡୁବନ୍ତି ଦିନାନ୍ତେ ତପ୍ତ ହେମଚ୍ଛବି ଧୀରେ ଦେବୀହାର ଗିରିଶୃଙ୍ଗେ ରବି ରାଧାନାଥ. ନନ୍ଦକେଶ୍ୱରୀ

୫. ଅଦୃଶ୍ୟ ହେବା; ଉଭେଇଯିବା — ୫. To vanish; to disappear.


(ଯଥା—ଆଜି କାଲି ଏ ଦେଶରୁ ଅତିଥିସତ୍କାର ଓ ଧର୍ମାନୁଷ୍ଠାନ— ମାନ ଡୁବିଲାଣି)

୬. (ମୂଳଧନ ବା ପାଣ୍ଠି) ବିନଷ୍ଟ ହେବା — ୬. (capital or invested money) To be lost.

(ଯଥା—କାରବାରରେ ମୋ ମୂଳଧନ ଡୁବିଲା)

୭. ଅଧୋଗତି ବା ଅବନତି ପ୍ରାପ୍ତ ହେବା — ୭. To go down; to deteruiorate.

ସୁବିଜ୍ଞ ଲୋକ ଯେବେ ଗ୍ରାମରେ ଜଣେ ଥାଇ ତାହାଙ୍କ ଲାଗି ପୃଥ୍ୱୀ କେବେହେଁ ନ ଡୁବଇ ପୀତାମ୍ୱର, ନୃସିଂହପୁରାଣ

୮. କୌଣସି ପ୍ରାପ୍ୟ ଧନ ଆଦି ତମାଦି ବା ଗରଜାୟ ଆଦି କାରଣରୁ ଆଦାୟ ହୋଇ ନ ପାରିବା — ୮. (any money or due) To becomde unrealisable; to be barred by limitation.

(ଯଥା—ବାର ବର୍ଷ ଖାତକଠାରେ ମହାଜନଙ୍କର ଫାବିବା ସୁଧମୂଳ ଯାକ ଡୁବିଗଲା)

୯. ନଷ୍ଟ ହେବା; ଲୋପ ପାଇବା; ବିନାଶ ପ୍ରାପ୍ତ ହେବା; ଲୁପ୍ତ ହେବା —୯. To be destroyed or ruined.
୧୨. (ବଂଶ, କୁଳ) ଲୁପ୍ତ ହେବା; ନିର୍ବଂଶ ହେବା — ୧୨. (a famoily) To become extinct.
୧୩. ପାଣିରେ ମୁଣ୍ଡ ବୁଡ଼ାଇ ସ୍ନାନ କରିବା — ୧୩. To have a bath by taking a dip in water.

(ଯଥା—ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ)