Jump to content

ଡେରିବା

ଉଇକିଅଭିଧାନ‌ରୁ

ଡେରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଦ୍ରାହ ଧାତୁ=ନିକ୍ଷେପ)

[ସମ୍ପାଦନା]
୧. କୌଣସି ଲମ୍ୱ ବସ୍ତୁର ଅଗ୍ରଭାଗକୁ କାନ୍ଥ ବା ବାଡ଼ ଆଦିକୁ ସଂଲଗ୍ନ କରି ଉକ୍ତ ବସ୍ତୁକୁ ଠିଆ କରାଇବା; ଆଉଜାଇବା — ୧. To set a thing learning against a wall ect.

(ଯଥା—ବାଡି ଖଣ୍ଡ ଘର କଣରେ ଡେରି ଦିଅ )

୨. ଠିଆ କରାଇବା; କୌଣସି ଲମ୍ୱ ପଦାର୍ଥକୁ ଠିଆ ବାଗରେ ରଖାଇବା —୨. To make a thing stand up; to eract; to set up.

(ଯଥା—ଭୂଇଁରେ ପଡ଼ିଥିବା ଖୁଣ୍ଟକୁ ଡେରିଦିଅ )

[ଡେରା(ରେ)ଇବା—ଣିଜନ୍ତ]

୩. କୌଣସି କଥା ବା ଶବ୍ଦ ଶୁଣିବା ନିମନ୍ତେ କାନକୁ ସେହି ଶବ୍ଦ ଆଡ଼କୁ ବୁଲାଇବା — ୩. To prick or turn the ears (in order to hear any sound more distinctly).
୪. ନିବିଷ୍ଟ ଚିତ୍ତରେ କୌଣସି କଥା ଶୁଣିବା ନିମନ୍ତେ କାନସହିତ ମୁଣ୍ଡକୁ ବୁସାଇବା; କାନ ପାଡିବା —୪. To try to hear or catch any sound with concentration; to listen to any thing.

ଶୁଣ ମା ଶୁଣ ମା ବାରେ ଡେରିଣ ଶ୍ରବଣ ମଧୁସୂଦନ. ଉତ୍କଳ ଗାଥା

[ ଦ୍ର—ଘୋଡା ଓ ଗାଈମାନେ ମୁଣ୍ଡକୁ ନ ବୁଲାଇ କାନକୁ ଶବ୍ଦ ଆଡ଼କୁ ଡେରିବାର ଦେଖାଯାଏ କାରଣ ସେମାନେ ମୁଣ୍ଡକୁ ନ ବୁଲାଇ କାନକୁ ଏପାଖ ସେପାଖ ବୁଲାଇ ପାରନ୍ତି ମାତ୍ର ମନୁଷ୍ୟର ସେପରି ଆବଶ୍ୟକ ହେଲେ ସେ ମୁଣ୍ଡକୁ ନ ବୁଲାଇଲେ କେବଳ କାନକୁ ଇତସ୍ତତଃ ବୁଲାଇ ପାରେନାହିଁ ଅତଏବ ମନୁଷ୍ୟ ପକ୍ଷରେ 'କାନ ଡେରିବାର' ଅର୍ଥ ନିବିଷ୍ଟ ଚିତ୍ତରେ କୌଣସି ଶବ୍ଦ ବା କଥା ଶୁଣିବା ]

୫. ବିସ୍ତାର କରିବା —୫. To extend; to spread out.
୬. ସିଧା କରିବା —୬. To straighten.
୭. (ନାଉରି ଭାଷା) କାତଦ୍ୱାରା କୌକାର ଆଗ ମଙ୍ଗକୁ ନିର୍ଦ୍ଦିଷ୍ଟ ଦିଗଆଡ଼କୁ ବୁଲାଇବା —୭. (nautical term) To regulate the front end of a boat by using the punting rod.
୮. (ନାଉରି ଭାଷା) ଡଙ୍ଗାର ଆଗ ମଙ୍ଗକୁ କୂଳ ପାଖରୁ ଛଡ଼ାଇବା —୮. (nautical term) To keep the front end of the boat off from the shore while plying it.

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ଡେଇଁବା; ଲମ୍ଫ ପ୍ରଦାନ କରିବା — To leap; to jump.