ଡୋର
ଦେଖଣା
ଡୋର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପାଟ, ସୂତା ଆଦିର ସରୁ ଦଉଡି; ରସୀ; ଢାଗା — String; chord; line.
ଡୋର ଲଗ୍ନ ଥୋପ ଯେସନ ଅନୁସରେ ଶଫରୀ—ରାଧାନାଥ. ଚନ୍ଦଭାଗା
[ ଦ୍ର—ଜାଲ, ବନିସି, ପୋଥି, ବଟୁଆ ଆଦି ନିମନ୍ତେ ବ୍ୟବହୃତ ମସୃଣ ଓ ଦୃଢ଼ ସୂତ୍ରକୁ ଡୋର କୁହାଯାଏ ଜଗନ୍ନାଥ ଆଦିଙ୍କ ପ୍ରତିମାମାନ ରଥକୁ ବିଜେ କଲାବେଳେ ତାଙ୍କ ଅଣ୍ଟାରେ ପାଟ ଡୋର ବନ୍ଧା ହୁଏ, ସେହି ପାଟ ଡୋରକୁ ଟାଣି ଟାଣି ସେବକମାନେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାନ୍ତି ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆକର୍ଷଣ —୧. Attraction.
- ୨. ସ୍ନେହବନ୍ଧନ; ପ୍ରଣୟପାଶ — ୨. Attachment or tie of love.
ହୃଦୟ ମୋହର ବନ୍ଧା ଥିଲା ତାଙ୍କ ପାଦପଦ୍ମେ ସ୍ନେହଡୋରେ—ରାଧାନାଥ, ପାର୍ବତୀ
- ୩. କରଧୁନୀ; କଟିସୂତ୍ର — ୩. A string worn round the waist.
- ୪. ଦଉଡ଼ା; ରଜ୍ଜୁ —୪. Rope.
ଡୋର ଲାଗି ଘେର ପଡିବ ଯେ ହେବ ଚୋର ପରି ଆଚରଣୁ— କବିସୂର୍ଯ୍ୟ. କିଶୋରାଚମ୍ପୁ, ତ ଗୀତ
- ୫. ବାବାଜିମାନେ କଉପୁନିର ଦୁଇ ମୁଣ୍ଡକୁ ଲାହି ତଳେ ଓ ଅଣ୍ଟା ପଛରେ ଖୋସିବା ପାଇଁ ଅଣ୍ଟାରେ ଗୁଡ଼ାଇ ଥିବା ସରୁ ଦଉଡ଼ି — ୫. String tied round the waist for attaching the ends of the K&aline;uline;punī.
- ୬. ଗାର, ରେଖା —୬. Line.
(ଯଥା—ଏ ଲୁଗାର ଧଡ଼ିରେ କଳା ଡେର ଅଛି )