ଡୋଳା ପ୍ରତିମା
ଦେଖଣା
ଡୋଳା ପ୍ରତିମା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆଖିର କଳାଡୋଳା ମଧ୍ୟରେ ପ୍ରତି— ବିମ୍ୱତ ହେଉଥିବା ଚକ୍ଷୁର ଅଗ୍ରସ୍ଥିତ ପଦାର୍ଥର ପିତୁଳୀ ବା ରୂପ; ଆଖିର ପୁଅ; ଚକ୍ଷୁର ପିତୁଳି — ୧. The image of a person or object or object preseted to the eye which is reflected in the pupil of one's eye; the pupil or apple of the eye.
ଡୋଳ ପ୍ରତିମାକୁ ସରାୟେ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାଳି କବିସୂର୍ଯ୍ୟ, କିଶୋରୀଚମ୍ପୁ ଡ ଗୀତ
- ୨. (ଲକ୍ଷଣାର୍ଥ) (ନିଜର ଆଖି ପିତୁଳା ପରି)— ଅତି ସ୍ନେହ ଓ ଆଦରର ପାତ୍ର (ଯାହାକୁ ମନୁଷ୍ୟ ସର୍ବଦା ନିଜ ପାଖେ ରଖିଥାଏ) — ୨. (figurative) An object of fondest attachment which a person always wants to keep near him; the apple of one's eye (like the image reflected in one's pupil of the eye.)
[ ଡୋଳାପିତୁଳା (ଳି)—ଅନ୍ୟରୂପ]
[ ଦ୍ର—ଇଂରାଜି ଭାଷାରେ ମଧ୍ୟ ଅତି ସ୍ନେହ ଓ ଆଦରର ପାତ୍ରକୁ ଡୋଳାପ୍ରତିମା (the apple of the eye) ବୋଲାଯାଏ]