Jump to content

ଢିଙ୍କି

ଉଇକିଅଭିଧାନ‌ରୁ

ଢିଙ୍କି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -(ସଂସ୍କୃତ - ଢେଙ୍କ=ବକ ଜାତୀୟ ପକ୍ଷୀ, ବଢ଼ିଆକାଙ୍କ, ଏହାର ଆକୃତି ବଢ଼ିଆକାଙ୍କର ବେକ ସହିତ ଥଣ୍ଟର ଆକୃତି ପରି ଥିବାରୁ ସଂସ୍କୃତ - ଢକ୍କ ଧାତୁ=ଆଘାତ)

ଧାନ ଆଦି କୁଟିବା ପାଇଁ ବ୍ୟବହୃତ ପାଦ ଚାଳିତ ସ୍ଥୂଳ ଗୋଲ କାଷ୍ଠଯନ୍ତ୍ର ବିଶେଷ —A husking pedal block with lever arrangements; Ḍhenki

ଢିଙ୍କି ସ୍ୱର୍ଗକୁ ଗଲେ ବିଶେଷ୍ୟ - ଧାନକୁଟା ଛାଡ଼ିବ—ପ୍ରବଚନ

[ଦ୍ରଷ୍ଟବ୍ୟ —ଏହା ଲମ୍ୱରେ ୪/୫: ହାତ ଓ ଏଥିର ବ୍ୟାସ ଏକ ଫୁଟ ଏହାର ମୁଣ୍ଡ ପାଖରେ ଗୋଟିଏ ପାହାର ଓ ଅଣ୍ଟାରେ ଗୋଟିଏ ପକ୍ଷ ଲାଗିଥାଏ ଉଦୂଖଳ ମୂଷଳକୁ ପାହୁରାଣୀ ଯନ୍ତ୍ର କହନ୍ତି ବୈଦିକ କାଳରେ (ଅଦ୍ୟାବଧି ମଧ୍ୟ ଦକ୍ଷିଣ ଓ ପଶ୍ଚିମରେ) ଧାନ କୁଟିବା ନିମନ୍ତେ ଉଦୂଖଳ (କାଠରେ ନିର୍ମିତ ଗୋଟିଏ ବଡ଼ ପାତ୍ର) ଏବଂ ମୂଷଳ(୫/୬: ଫୁଟ ଉଚ୍ଚ କାଠର ଗୋଟିଏ ଠେଙ୍ଗା) pestle and mortar) ବ୍ୟବହାର କରାଯାଉଥିଲା ବଙ୍ଗ ଓ ଓଡ଼ିଶାରେ ଢିଙ୍କି ପ୍ରାଚୀନ ଉଦୂଖଳ ସୂଷଳର କାର୍ଯ୍ୟ କରୁଅଛି ଉଦୂଖଳରେ ଧାନ ଆଦି ଶସ୍ୟକୁ ଭରତି କରି ମନୁଷ୍ୟ ଠିଆ ହୋଇ ମୁଷଳକୁ ଦୁଇ ହାତରେ ଉଠାଇ ପକାଇ ଧାନ କୁଟେ ଢ଼ିଙ୍କିକୁ ମନୁଷ୍ୟ ଗୋଡ଼ଦ୍ୱାରା ଚଳାଇ ଧାନ କୁଟେ ଉଦୂଖଳ ମୂଷଳରେ ଜଣେ ଲୋକ ଧାନ କୁଟି ପାରେ, କିନ୍ତୁ ଢିଙ୍କିରେ ଅନ୍ତତଃ ଜଣେ କୁଟିବା ପାଇଁ ଓ ଜଣେ ଶୁଖାଇବା ପାଇଁ ଏପରି ଦୁଇ ଜଣ ଦରକାର ଶ୍ରମାପନୋଦନାର୍ଥ ଢିଙ୍କି କୁଟାଳିମାନେ ଗୀତ ବୋଲନ୍ତି ଢିଙ୍କିଦ୍ୱାରା ଧାନ କୁଟି ଚାଉଳ କରାଯାଏ ଚାଉଳ, ଇଟା ଆଦି କୁଟି ଚୂନା କରାଯାଏ ଏବଂ ଧାନକୁ କୁଟି ଚୂଡ଼ା ମଧ୍ୟ କରାଯାଏ ଧାନକୁଟା ଢିଙ୍କି ଅପେକ୍ଷା ଚୂଡ଼ା କୁଟା ଢିଙ୍କି ଛୋଟ ଓ ହାଲୁକା ଉଦୂଖଳ ମୂଷଳ ଅପେକ୍ଷା ଢିଙ୍କିଦ୍ୱାରା ବେଶି ପରିମାଣ ଓ ଶୀଘ୍ର ଧାନ କୁଟି ହୁଏ ଢିଙ୍କି ନାରଦଙ୍କ ଯାନ ବୋଲି ଲୌକିକ ବିଶ୍ୱାସ]



ଢିଙ୍କି

ଉଚ୍ଚାରଣ

[ସମ୍ପାଦନା]

(ଢେଂକି, ଢେଁକି—ଅନ୍ୟରୁପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଢିଙ୍କି (ଦେଖ) - Ḍhiṅki (See)