ତଡ଼ିବା

ଉଇକିଅଭିଧାନ‌ରୁ

ତଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ତଡ଼ା (ଡ଼େ)ଇବା—ଣିଜନ୍ତରୂପ)

(ତଡ଼ା ଯି(ହେ)ବା—କର୍ମବାଚ୍ୟରୂପ)

ଦେଶଜ - କ୍ରି.—(ସଂସ୍କୃତ - ତଡ଼୍ ଧାତୁ=ତାଡ଼ନ, ଆଘାତ୍)[ସମ୍ପାଦନା]

୧. ଦୂର କରି ଦେବା; ବାହାର କରି ଦେବା; ବଳ— ପୂର୍ବକ ସ୍ଥାନାନ୍ତରିତ କରିବା — ୧. To drive away; to expel.

ସମ୍ଭାଷଣ ନ କଲି ରମ୍ଭା ସଦୃଶ ବଲ୍ଲୀ ଦୋହାକୁ ଦୂରୁ ଦେଖି ତଡ଼ିଲିରେ କବିସୂର୍ଯ୍ୟ, ସଙ୍ଗୀତ

୨. ଠେଲିବା; ବଳପୂର୍ବକ ପଛ ଆଡ଼ୁଆଗକୁ ପେଲିବା — ୨. To push with force from behind.
୩. ବଳପୂର୍ବକ ଆକ୍ରମଣ କରିବାକୁ ଗୋଡ଼ାଇବା — ୩. To attack with force; to set upon; to chase.
୪. (ପଶୁଆଦିଙ୍କୁ) ଚଳାଇବା; ଓଡ଼ାଇବା; ଅଡ଼ାଇବା — ୪. To drive (cattle).
୫. ହୁରୁଡ଼େଇବା; ଘଉଡ଼ାଇବା — ୫. To scare away; (animals) by chasing.
୬. ଅଧିକୃତ ସ୍ଥାନରୁ କୌଣସି ବ୍ୟକ୍ତିଙ୍କୁ ଉଠାଇ ଦେବା — ୬. To eject a person from an occupied place.
୭. (ଅକର୍ମକ)—ନିଜେ ଠେଲି ହେବା —୭. To push in; to push oneself; to push off.

(ଯଥା—ବଳଦଟା ଶଗଡ଼ର ଡାହାଣ ପାଖରେ ବୁଲିବାରୁ ଭାରି ତଡ଼ୁଛି)

[ଦ୍ରଷ୍ଟବ୍ୟ —ତଡ଼ିବାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା କ୍ରିୟା ଲାଗି ବ୍ୟବହୃତ ହୁଏ ଯଥା—ତଡ଼ିଦେବା, ତଡ଼ିନେବା, ତଡ଼ିଆଣିବା]