ତଥାକଥିତ
ଦେଖଣା
ତଥାକଥିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ସେଠାରେ କୁହାଯାଇଥିବା — ୧. There-described; there-said.
(ଯଥା—ରାମାୟଣରେ ବର୍ଣ୍ଣିତ ରାବଣର ମୃତ୍ୱୁ, ତଥାକଥିତ ଇନ୍ଦ୍ରଜିତର ବଧ ଅତ୍ୟନ୍ତ ମର୍ମସ୍ପର୍ଶୀ ଅଟେ)
- ୨. ଆଗରୁ କୁହାଯାଇଥିବା; ପୂର୍ବବର୍ଣ୍ଣିତ — ୨. Afore-said.
(ଯଥା—ତଥାକଥିତ ଘଟନାବଳୀର କାରଣ ଅବଧାରଣା କରିବା ମୋ ପକ୍ଷରେ ଅସମ୍ଭବ)
- ୩. ସେହିପରି ଉକ୍ତ; ତନ୍ଦ୍ରୂପୋକ୍ତ — ୩. Illustrated alike; said alike.
(ଯଥା—ତଥାକଥିତ କୌଶଳକ୍ରମେ ରାବଣଠାରୁ ବ୍ରହ୍ମାସ୍ତ୍ର ରାମଚନ୍ଦ୍ର ଙ୍କର ହସ୍ତଗତ ହୋଇଥିଲା)
- ୪. ସେଥିପାଇଁ କୁହାଯାଇଥିବା — ୪. Said for that reason.
(ଯଥା—ରୋଗୀର ମୂମୂର୍ଷୂ ଅବସ୍ଥା ସନ୍ଦର୍ଶନରେ ତଥାକଥିତ ବିଷାୟନପ୍ରୟୋଗ କଦାପି ଅବିଧେୟ ହୋଇ ନାହିଁ)
- ୫. ପୁଣି ବା ଆହୁରି କୁହାଯାଇଥିବା — ୫. Again said; said in addition.
(ଯଥା—ଯୁଦ୍ଧ କ୍ଷେତ୍ରରେ ଅଶ୍ୱତାମାନଙ୍କ ମୃତ୍ୱୁ ନିର୍ଦେଶକ ଜନରବ, ତଥାକଥିତ 'ଅଶ୍ୱତ୍ଥାମା ହତୋ ସତ୍ୟଂ ନରେ ଗୁଞ୍ଜରେ ବା' ଏହି ଉଭୟ କଥାରେ ଅଶ୍ୱତ୍ଥାମାଙ୍କ ମୃତ୍ୱୁ ନିର୍ଧାରଣରେ ସନ୍ଦେହ ରହିଲା ନାହିଁ)
- ୬. ସେହି ନାମରେ ପ୍ରଚଳିତ ବା ଖ୍ୟାତ; ତଦ୍ରୂପ ଉକ୍ତ — ୬. Spoken or called in that name; passed by that name; so called.