ତଦନ୍ତ
ଦେଖଣା
ତଦନ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତତ୍+ଅନ୍ତ;୬ଷ୍ଠୀ ତତ୍)
[ସମ୍ପାଦନା]- ୧. ତାହାର ଅନ୍ତ ବା ଶେଷ —୧. Its end.
- ୨. ତାହାର ସୀମା —୨. Its bounds.
- ୩. ସ୍ୱରୂପ—ନିର୍ଣ୍ଣୟ; ତତ୍ତ୍ୱାବଧାରଣ — ୩. Ascertaining the truth
ସମସ୍ତେ ହୋଇ ରୂକ୍ମିଣୀଙ୍କ ପେଷିଲେ କଥା ତଦନ୍ତ ପାଇବା ପାଇଁ, ଗୋ ସୁନ୍ଦର—ପ୍ରାଚୀ, ରହସ୍ୟମଞ୍ଜରୀ
- ୪. ପରୀକ୍ଷା —୪. Examination.
- ୫. ପ୍ରକୃତ ପରିଚୟ —୫. Acquaintance with the true state of affairs.
- ୬. ଅନୂସନ୍ଧାନ; ତଦାରଖ — ୬. Enquiry; investigation.
- ୭. ବିବରଣ; ବୃତାନ୍ତ —୭. Description; detail.
କେତେ ସହସ୍ର କୋଟି କପି ଏହା ସଙ୍ଗରେ ନ ଜାଣଇ ଏଥି ତଦନ୍ତ— ବିଶ୍ୱନାଥ, ବିଚିତ୍ରରାମାୟଣ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତେହାଙ୍କର ତଥ୍ୟ ବା ତତ୍ତ୍ୱ — His whereabouts.
ତୋର ଅଗ୍ରଜ ମୂନି ଶାନ୍ତି, ସେ କାହିଁ ଜାଣିବେ ତଦନ୍ତ— ଜଗନ୍ନାଥ. ଭାଗବତ
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ତହିଁରେ ଶେଷ ହେଇଥିବା — Ending with that.
ସଂସ୍କୃତ - କ୍ରି.ବିଶେଷଣ -
[ସମ୍ପାଦନା]ତତ୍ୱରେ; ତଦନନ୍ତର; ତାହା ଶେଷ ହୁଅନ୍ତେ — After that; on the completion of that.