ତନ୍ମାତ୍ର
ଦେଖଣା
ତନ୍ମାତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତତ୍+ମାତ୍ରା=ପଞ୍ଚଭୂତାନ୍ତର୍ଗତ ଭୂତ)
[ସମ୍ପାଦନା]- ୧. ସାଂଖ୍ୟ ଦର୍ଶନର ମତରେ ପଞ୍ଚଭୂତର ଆଦି ଅମିଶ୍ର ସୂକ୍ଷ୍ମ ରୂପ —୧. The suitable rudiments of the five elements of matter according to Sāṁkhya philosophy.
[ଦ୍ରଷ୍ଟବ୍ୟ —ପଞ୍ଚଭୂତର (କ୍ଷିତି, ଅପ୍, ତେଜ, ମରୁତ୍ ଓ ବ୍ୟୋମର) ଗନ୍ଧ, ରସ, ରୂପ, ସ୍ତର୍ଶ ଓ ଶବ୍ଦ ତନ୍ମାତ୍ର ଅଟେ ଏହି ପାଞ୍ଚ ଗୁଣକୁ ପଞ୍ଚ ତନ୍ମାତ୍ର ବୋଲାଯାଏ ସାଂଖ୍ୟ ଦର୍ଶନ ମତରେ ଶବ୍ଦ ତନ୍ମାତ୍ରରୁ ବ୍ୟୋମର ଉତ୍ପତ୍ତି (ଅର୍ଥାତ୍ ଆକାଶର ଗୁଣ ଶବ୍ଦ); ଶବ୍ଦ ଓ ସ୍ପର୍ଶରୁ ମରୂତ୍ର ଉତ୍ପତ୍ତି; ଶବ୍ଦ, ସ୍ପର୍ଶ ଓ ରୂପରୁ ତେଜର ଉତ୍ପତ୍ତି; ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧରୁ କ୍ଷିତିର ଉତ୍ପତ୍ତି, ଅର୍ଥାତ୍ ଉପରୋକ୍ତ ମହାଭୂତ— ମାନଙ୍କରେ ତତ୍ତତ୍ ଗୁଣମାନ ଅଛି]
- ୨. ସେହି ମାତ୍ର; ତେତିକି ମାତ୍ର —୨. That much.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ସେହି ମାତ୍ରକ; ସେହି ପରିମିତ — ୧. That much of.
ସଂସ୍କୃତ - କ୍ରି. ବିଶେଷଣ - (ତତ୍=ସେହି+ମାତ୍ର=କେବଳ; ନିତ୍ୟସମାସ)
[ସମ୍ପାଦନା]କେବଳ ତାହାହିଁ; ତେତିକି ମାତ୍ର; ସେତିକିହିଁ — That much; only that.