Jump to content

ତପଃ

ଉଇକିଅଭିଧାନ‌ରୁ

ତପଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ତପସ୍ ଶବ୍ଦ; ତପ୍ ଧାତୁ=ତପସ୍ୟା କରିବା+ କରଣ ଅସ୍)

[ସମ୍ପାଦନା]
୧. ତପସ୍ୟା; ଧର୍ମାଥବ୍ରତ; ମୁନିବ୍ରତ — ୧. Religious austerities; penance.

[ଦ୍ରଷ୍ଟବ୍ୟ —ଚିତ୍ତଶୁଦ୍ଧି ଓ ବିଷୟ ନିବୃତ୍ତ ପାଇଁ ଶରୀରକୁ କଷ୍ଟ ଦେଇ ଯେଉଁ ଯମ, ନିୟମାଦି ପାଳନ କରାଯାଏ ତାକୁ ତପଃ ବୋଲାଯାଏ]

୨. ବ୍ରାହ୍ମଣାଦିଙ୍କ ଧର୍ମ ବା କର୍ତ୍ତବ୍ୟ —୨. Religious duty.
୩. ଦେବତା ଆଦିଙ୍କ ଧ୍ୟାନ —୩. Meditation.
୪. ଅଦୃଷ୍ଟ —୪. Fate; destiny.
୫. (+ଭାବ. ଅସ୍) ଆଚରଣ — ୫. Practice; conduct.
୬. ଆଲୋଚନା —୬. Discussion; dealing with a subject or matter.
୭. ସପ୍ତଭୂବନ ମଧ୍ୟରୁ ଗୋଟିଏ; ତପୋଲୋକ — ୭. One of the seven worlds mentioned in the HIndu scriptures.
୮. ଶୀତଋତୁ —୮. The winter.
୯. ମାଘମାସ —୯. The month of Māgha
୧. ଶରୀର ବା ଇନ୍ଦ୍ରିୟଗଣର ବଶୀକରଣ — ୧୦. Self-control and self-denial.
୧୧. ଅଗ୍ନି (ହିନ୍ଦୀ - ଶବ୍ଦସାଗର) —୧୧. Fire.
୧୨. ଫଳିତ୍ ଜ୍ୟୋତିଷରେ ଲଗ୍ନର ୯ମ ସ୍ଥାନ — ୧୨. The ninth place from one's Lagna in astrology.

[ଦ୍ରଷ୍ଟବ୍ୟ —ପୁରାଣ ମତରେ ସତ୍ୟଯୁଗରେ ତପଃ, ତ୍ରେତାରେ ଜ୍ଞାନ, ଦ୍ୱାପରରେ ଯଜ୍ଞ ଓ କଳିରେ ଦାନ ବା ନାମକୀର୍ତ୍ତନ, ମନୁଷ୍ୟର ମୋକ୍ଷ ବା ପାରଲୌକିକ ମୁକ୍ତି ନିମିତ୍ତ ପ୍ରଶସ୍ତ

ଭଗବଦ୍ଗୀତାରେ ତପଃ ନିମ୍ନଲିଖିତରୂପେ ବିଭକ୍ତ ହୋଇଅଛି— ତପଃ ତ୍ରିବିଧ; ଶାରୀରିକ, ଯଥା—ଶୌଚ, ବ୍ରତାନୁଷ୍ଠାନ ଓ ଉପବାସ; ଦେବତା ଓ ପୂଜ୍ୟବ୍ୟକ୍ତିକି ପୂଜା; ସରଳତା; ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା ମାନସିକ ଯଥା—ଧ୍ୟାନ; ମନର ପ୍ରସନ୍ନତା ମୌନ, ଆତ୍ମନିଗ୍ରହ ଓ ଭାବଶୁଦ୍ଧି ବାଚନିକ ଯଥା—ବେଦ ଓ ସ୍ତୋତ୍ରପାଠ; ପ୍ରିୟହିତ ସତ୍ୟ ଓ ଅକ୍ଳେଶ ଦାୟକ ବାକ୍ୟ ଉଚ୍ଚାରଣ ଓ ବେଦାଧ୍ୟୟନ ଗୁଣତ୍ରୟ ଭେଦରେ ତପଃ ତ୍ରିବିଧ ଯଥା—ସାତ୍ନିକ ତପଃ ଯଥା— ଫଳାକାଂକ୍ଷା ରହିତ ତପସ୍ୟା; ରାଜସିକ ତପଃ=ଯଶଃ ମାନାଦି ନିମିର୍ତ୍ତ ଦମ୍ଭପୂର୍ବକ ଅନୁଷ୍ଠିତ ତପସ୍ୟା ତାମସିକ ତପଃ=ପରର ପ୍ରାପ୍ତି ଅନିଷ୍ଟ ଘଟାଇବା ପାଇଁ ଆତ୍ମାକୁ ପୀଡ଼ା ଦେଇ ଯେଉଁ ତପସ୍ୟା ଅନୁଷ୍ଠିତ ହୁଏ ଅଗ୍ନି ଯେପରି ପାର୍ଥିବ ବସ୍ତୁମାନଙ୍କୁ ଦଗ୍ଧ କରେ ଶାସ୍ତ୍ର ମତରେ ତପସ୍ୟା ସେହିପରି ମନୁଷ୍ୟର ପାପାଦିକୁ ଦଗ୍ଧ କରେ ବୋଲି ଏହାର ନାମ 'ତପଃ'

ପ୍ରାଚୀନକାଳରେ ହିନ୍ଦୁ, ବୌଦ୍ଧ, ଇହୁଦୀ ଓ ଖ୍ରୀଷ୍ଟାନ୍ମାନଙ୍କ ମଧ୍ୟରେ ମଧ୍ୟ ବହୁ ଲୋକ ତପସ୍ୟା କରୁଥିଲେ ତପୋନିରତ ଲୋକେ ଆପଣାର ଇନ୍ଦ୍ରିୟମାନଙ୍କୁ ବଶ ଖିବା ଓ ପ୍ରଲୋଭନରୁ ଦୂରରେ ରହିବା ପାଇଁ ସଂସାର ତ୍ୟାଗ କରି ଜଙ୍ଗଲରେ କୁଡ଼ିଆ ତିଆର କରି ରହୁଥିଲେ ଓ ବନ୍ୟଫଳ ମୂଳ ଓ ବାଳୁଙ୍ଗାଧାନର ଚାଉଳ ରାନ୍ଧି ଖାଉଥିଲେ, କେହି କେହି ମୌନବ୍ରତ ଅବଲମ୍ୱନ କରୁଥିଲେ, ଶୀତୋଷ୍ଣ ସୁଖ ଦୁଃଖ ସହ୍ୟ କରୁଥିଲେ, ଉପବାସ କରୁଥିଲେ ଓ କୃଛ୍ରସାଧ୍ୟ ଓ କାୟକ୍ଳେଶକର ସାଧନମାନ କରୁଥିଲେ ଏହି ସବୁ ଆଚରଣକୁ ତପଃ ବୋଲାଯାଏ କେହି କେହି ଅଭୀଷ୍ଟସିଦ୍ଧି ଓ ବର ପାଇବାପାଇଁ ମଧ୍ୟ ତପଃ କରୁଥିଲେ ପାତଞ୍ଜଳ ଦର୍ଶନରେ ତପଃକୁ କ୍ରିୟାଯୋଗ ବୋଲା ଯାଇଅଛି]