ତପତି
ଦେଖଣା
ତପତି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ପଦ୍ୟ) (ସଂସ୍କୃତ - ତପ୍ତି)
[ସମ୍ପାଦନା]- ୧. ତାତି; ଉତ୍ତାପ; ତପ୍ତି; ତାପ —୧. Heat; temperature.
ଶୀତ ତପତି ଜାଣିବାରେ ଚର୍ମେ ବସିଲେ ଅଧିକାରେ ଜଗନ୍ନାଥ. ଭାଗବତ
- ୨. (ଲକ୍ଷଣାର୍ଥ) ଦୁଃଖ; କ୍ଳେଶ — ୨. (figurative) Pain.
ନାଶଇ ବିରହ ତପତି ମାରଶରକୁ ସେ ବାଳା ବଜ୍ରଗୁପତି ଉପେନ୍ଦ୍ରଭଞ୍ଜ. ପ୍ରେମସୁଧାନିଧି
- ୩. (ଲକ୍ଷଣାର୍ଥ) ତବତ ଭାତ —୩. Hot boiled rice.