ତମଲୁକ୍
ତମଲୁକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ତାମ୍ରଲିପ୍ତ)
[ସମ୍ପାଦନା]ବଙ୍ଗପ୍ରଦେଶର ମେଦିନୀପୁର ଜିଲ୍ଲାର ଗୋଟିଏ ସବ୍ଡିଭିଜନ୍ ଓ ସହର — Tamlook; name of a subdivision and a town in the district of Midinapur in Bengal.
[ଦ୍ରଷ୍ଟବ୍ୟ —ତମଲୁକ ସହର ରୂପନାରାୟଣ ନଦୀକୁଳରେ ଅବସ୍ଥିତ; ଏହା ଡାଏମଣ୍ଡ୍ ହାବର (ରୂପନାରାୟଣ ମୁହାଣ) ଠାରୁ ୧୫: ମାଇଲ ଦୂର ଏଠାରେ ସବ୍ଡିଭିଜନ୍ ମହୁକୁମା, ଇଂରାଜି ହାଇସ୍କୁଲ, ମିଉନିସିପାଲଟି, ମୁନସଫ୍ କୋର୍ଟ ଓ ଲୋକାଲ୍ ବୋଡ଼ ଆଦି ଅଛି ଏଠାରେ ପୂର୍ବ ମାହିଷ୍ୟ (ଉତ୍କଳରୁ ଯାଇଥିବା ଧୀବର) ରାଜାଙ୍କର ବଂଶଧରମାନେ ରାଜ୍ୟ ହରାଇ ଅଛନ୍ତି; କିନ୍ତୁ ଏ ପର୍ଯ୍ୟନ୍ତ ଏହାଙ୍କର 'ରାଜା' ଉପାଧି ରହିଅଛି ଏହି ରାଜବଂଶର ବଂଶୋପାଧି 'ରାୟ' ମହିଷାଦଳର ରାଜା ତମଲୁକକୁ କିଣି ନେଇଅଛନ୍ତି ଏହା ଖ୍ରୀଷ୍ଟ ୪ର୍ଥ ଶତାବ୍ଦୀ ଠାରୁ ୧୨ଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ଗୋଟିଏ ପ୍ରଧାନ ବାଣିଜ୍ୟ କେନ୍ଦ୍ର ଥିଲା ଏହା ଗଙ୍ଗବଂଶରାଜାଙ୍କ ଅମଳରେ ଓଡ଼ିଶାର ଅନ୍ତର୍ଭୁକ୍ତ ଥିଲା ଏବେ ଏଠାରେ ଓଡ଼ିଆପାଞ୍ଜି ଓ ଓଡ଼ିଆଭାଷା ଚଳୁଅଛି (ଜଗବନ୍ଧୁ ପ୍ରାଚୀନ ଉତ୍କଳ) ଏହା କଳିଙ୍ଗଦେଶକୁ ଲାଗି ସମୁଦ୍ରକୂଳରେ ଅବସ୍ଥିତ ଗୋଟିଏ ରାଜ୍ୟ ବୋଲି ମହାଭାରତରେ ଉଲ୍ଲେଖ ଅଛି ଏଠାରେ ଲୋକେ ମହାଭାରତ ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କ ପକ୍ଷ ଅବଲମ୍ୱନ କରିଥିଲେ ହିନ୍ଦୀ - ଶବ୍ଦସାଗର]