Jump to content

ତମାଳ

ଉଇକିଅଭିଧାନ‌ରୁ

ତମାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତମ୍ ଧାତୁ=ମ୍ଳାନ ହେବା+କର୍ତ୍ତୃ. ଆଳ)

[ସମ୍ପାଦନା]
୧. ବୃକ୍ଷ ବିଶେଷ; କାପିଛବୃକ୍ଷ —୧. A kind of tree; Diospyrus Tomentoss.

[ଦ୍ରଷ୍ଟବ୍ୟ —ଏହା କେନ୍ଦୁଗଛ ପରି ଏହାର ବଳ୍କଳ କୃଷ୍ଣବର୍ଣ୍ଣ; ପତ୍ର ଅଣ୍ଡାକାର ଓ କୋମଳ ଏବଂ ପତ୍ରର ଗୋଟିଏ ପିଠି ରୋମଶ ପାକଳ କାଠର ମଞ୍ଜ ଅବଲୁସ୍ କାଠପରି ଗାଢ଼ କୃଷ୍ଣବର୍ଣ୍ଣ, ମାତ୍ର ଏଥିରେ ଖଇର ରଙ୍ଗର ରେଖାମାନ ପଡ଼ିଥାଏ ଏ କାଠ ଜଳିଲେ ଚଡ଼ଚଡ଼ ଶବ୍ଦ କରେ ଦକ୍ଷିଣ ଭାରତର ଜଙ୍ଗଲରେ ଏ ଗଛ ଜନ୍ମେ, ମାତ୍ର ଓଡ଼ିଶା ଜଙ୍ଗଲରେ ଏହା କ୍ୱଚିତ୍ ଦେଖାଯାଏ ସାକ୍ଷୀଗୋପାଳ ମନ୍ଦିରର ବେଢ଼ା ମଧ୍ୟରେ ଗୋଟିଏ ଗଛ ଅଛି ତାକୁ ଲୋକେ ତମାଳ କହନ୍ତି; କିନ୍ତୁ ତାହା ଉପରୋକ୍ତ ତମାଳ ନୁହେଁ ସତ୍ୟବାଦୀ ଗୋପୀନାଥଙ୍କ ବେଢ଼ାର ଉତ୍ତର ପାଖରେ ଜଣେ ଭକ୍ତ ବୃନ୍ଦାବନରୁ ଆଣିଥିବା ତମାଳଗଛ ଲଗା ଯାଇଅଛି ଏହାର ବକଳ କଳା ନୁହେଁ ଓ ବେଢ଼ା ମଧ୍ୟସ୍ଥ ଗଛର ପତ୍ରପରି ଏହାର ପତ୍ର ଆତ ଗଛର ପତ୍ରପରି, କିନ୍ତୁ ପତଳା; ଏ ଗଛରେ ଟିକି ଟିକି ଧଳା ଫୁଲ ଧରେ, କିନ୍ତୁ ଫଳ ଫଳିବାର ଦେଖା ଯାଏ ନାହିଁ ଏ ଗଛ ସଂଭବତଃ ନିମ୍ନୋକ୍ତ ୧ମ ଜାତିର ତମାଳ ଅଟେ ତମାଳଗଛ ୨ ଜାତିର ୧ ସାଧାରଣ ତମାଳ ଓ ୨ ଶ୍ୟାମ ତମାଳ ଶ୍ୟାମ ତମାଳର ଫୁଲ ନାଲି ଓ ମଞ୍ଜ କଳା; ସାଧାରଣ ତମାଳର ଫୁଲ ଧଳା ଓ କାଠ ଫକ୍କା; ବୈଦ୍ୟଶାସ୍ତ୍ର ମତରେ ଶ୍ୟାମତମାଳ କଷାୟ ମଧୁରରସ, ବଳବୀର୍ଯ୍ୟବର୍ଦ୍ଧକ, ଗୁରୁ, ଶୀତଳ, ଶ୍ରମ ଓ ଦାହ, କଫ ଓ ପିତ୍ତନାଶକ—ହିନ୍ଦୀ - ଶବ୍ଦସାଗର]

୨. ଖଡ୍ଗ —୨. Scimitar.
୩. ଚନ୍ଦନର ଚିତା ବା ତିଳକ —୩. A sectarian mark of sandal-paste on the forehead.
୪. କୃଷ୍ଣ ଖଦିର —୪. A sort of black catechu.
୫. ବାଉଁଶର ଛାଲ (ହିନ୍ଦୀ - ଶବ୍ଦସାଗର) — ୫. The bark of bamboo.
୬. ତେଜପତ୍ର —୬. The Cassia cinnamon leaves.
୭. ବରୁଣ ଗଛ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୭. Baruṇa tree (See)
୮. ତିଳକ ବୃକ୍ଷ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୮. Tiḻaka tree (See).
୯. ହିମାଳୟ ଓ ଦକ୍ଷିଣ ଭାରତରେ ଜନ୍ମିବା ବୃକ୍ଷ ବିଶେଷ — ୯. Name of a gum-exuding tree.

[ଦ୍ରଷ୍ଟବ୍ୟ —ଏ ଗଛର ଗଣ୍ଡିରୁ ଏକପ୍ରକାର ଅଠା ବାହାରେ, ଛାଲରୁ ହଳଦିଆ ରଙ୍ଗ ବାହାରେ ଏହାର ଫଳ ଅମ୍ଳ ଲୋକେ ଏହାକୁ ତରକାରୀ, ଔଷଧ ଓ ସିରିକା କରନ୍ତି—ହିନ୍ଦୀ - ଶବ୍ଦସାଗର]