Jump to content

ତମ୍ପ

ଉଇକିଅଭିଧାନ‌ରୁ

ତମ୍ପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ସଂସ୍କୃତ - ତାମ୍ର; ଏ ସାପର ବର୍ଣ୍ଣ ତମ୍ୱାପରି ଥିବାରୁ ଗୋଖର ଜାତୀୟ ଏକପ୍ରକାର ବିଷଧର ସର୍ପ — A kind of copper-coloured. snake; cobra-de-capello.

ତମ୍ପପ୍ରାୟେ ଫଁ ଫଁ ସ୍ୱନେ ନିଶ୍ୱାସି ସଘନେ ଆସୁଛନ୍ତି ପରିଜନେ ରାଧାନାଥ. ମହାଯାତ୍ରା

[ଦ୍ରଷ୍ଟବ୍ୟ —ଗୋଖର ସାପର ଫଣାରେ ଦୁଇଟି କଠଉପରି ଚିହ୍ନ ଥାଏ, ମାତ୍ର ତମ୍ପର ଫଣାରେ ପଦ୍ମ ପରି ଗୋଲ ଚିହ୍ନ ଦେଖାଯାଏ ଲୋକଙ୍କର ବିଶ୍ୱାସ ଯେ ଢେମଣାସାପ ଓ ନାଗସାପର ମିଶ୍ରଣରେ ତମ୍ପସାପର ଜନ୍ମ ତେଣୁ ଏହାକୁ ଦୋମିଶା ସାପ ବୋଲି କୁହାଯାଏ ନାଗ ବା ଗୋଖର ଏହାପରି ବିଷଧର ସତ୍ୟ, ମାତ୍ର ଗୋଖର ମହାଦେବଙ୍କ ଭୂଷଣ ବୋଲି ଲୋକରେ ପୂଜା ପାଏ ଏବଂ ତାକୁ ଆଘାତ ନ କଲେସଂସ୍କୃତ - କାହାରିକୁ ଆଘାତ କରେ ନାହିଁ ବୋଲି ଲୋକଙ୍କର ବିଶ୍ୱାସ; କିନ୍ତୁ ତମ୍ପକୁ ଲୋକେ କ୍ରୋଧୀ ଓ ଅବିଶ୍ୱାସୀ ବୋଲି ମନେ କରନ୍ତି ତମ୍ପ ଗୋଡ଼େଇ ଗୋଡ଼େଇ ଯାଇ ଲୋକଙ୍କୁ କାମୁଡ଼େ ଏ ବଡ଼ କ୍ରୋଧୀ ଓ କ୍ରୃର ଏ ସାପ କେଳାମାନଙ୍କର ପଦ୍ମତୋଳା ମାନେ ନାହିଁ ତମ୍ପ ୫ ପ୍ରକାର; ଯଥା—କଳା, ତିନ୍ତୁଳିଆ ବା ତମ୍ୱାକାଠିଆ ବା ଇଟାଳିଆ, ଅଢ଼େଇକିଆରିଆ, ଗେଣ୍ଡାଗିଳା ବା କୋଳଥିଆ, ଓ ବାଉଁଶବଣିଆ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷଣ -

[ସମ୍ପାଦନା]

ଓଦା; ଆର୍ଦ୍ର; ସନ୍ତସନ୍ତିଆ —Wet.