Jump to content

ତମ୍ୱା

ଉଇକିଅଭିଧାନ‌ରୁ

ତମ୍ୱା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାମ୍ର; ପ୍ରା. ତାମ୍ୱ)

[ସମ୍ପାଦନା]

ତାମ୍ର ନାମକ ଧାତୁ — Copper.

[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ରମତରେ ଏହା ଗୋଟିଏ ପବିତ୍ର ଧାତୁ; ଏଥିରେ ଦେବ— ସେବା ଓ ତର୍ପଣପାଇଁ ପାତ୍ରୀ, ପଞ୍ଚୁପାତ୍ରୀ, ଥାଳିଆ ଆଦି ତିଆରି ହୁଏ ଏହାର ବର୍ଣ୍ଣ ଈଷତ୍ ରକ୍ତାଭ; ଏଥିରେ ପଇସା, ମୁଦି ଓ ନାନାପ୍ରକାରର ପାତ୍ର ପ୍ରସ୍ତୁତ ହୁଏ ତମ୍ୱାପାତ୍ରରେ ଖଟା ଜିନିସ ରଖିଲେ ତାହା ଉକେଇ ଯାଏ ଅର୍ଥାତ୍ ବିସ୍ୱାଦ ଓ ବିଷାକ୍ତ ହୁଏ ତାପ ଓ ବିଦ୍ୟୁତ୍ ପ୍ରବାହର ସଂଚାର ତମ୍ୱାଦ୍ୱାରା ଅଧିକ ହୁଏ ବୋଲି ଉକ୍ତ ପ୍ରବାହ ପରିଚାଳନାର୍ଥ ତମ୍ୱାତାର ବ୍ୟବହୃତ ହୁଏ ତମ୍ୱାରେ ନିର୍ଦ୍ଦିଷ୍ଟ ଅନୁପାତରେ ଟିଣ ବା ରାଙ୍ଗା ମିଶାଇଲେ କଂସା ଓ ଦସ୍ତାମିଶାଇଲେ ପିତଳ ହୁଏ ଗିନୀ ବା ସଭରେନ୍ରେ (ବିଲାତି ମୋହରରେ) ସୁନା ସଙ୍ଗେ ତମ୍ୱା ମିଶାଯାଏ ଉତ୍କଳରେ ସିଂହଭୂମି ଓ କେତେକ ୚ଡ଼ଜାତରେ ତମ୍ୱାର ଖଣିଅଛି]

ଦେଶଜ - ବିଶେଷଣ -

[ସମ୍ପାଦନା]

ତାମ୍ରନିର୍ମିତ —Made of copper.