ତରଙ୍ଗ
ଦେଖଣା
ତରଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ)
[ସମ୍ପାଦନା]- ୧. ଉର୍ମ୍ମି; ଢେଉ; ଲହରୀ —୧. Wave; ripple; billow.
- ୨. ପ୍ରବଳ ଅଶ୍ରୃଧାରା —୨. Profuse tear.
- ୩. ଅଙ୍ଗଭଙ୍ଗୀ; ଦେହର ଭଙ୍ଗୀ —୩. Posture.
- ୪. କମ୍ପ; କମ୍ପନ —୪. Oscillation.
- ୫. କଥାର ଭଙ୍ଗୀ —୫. Wit, humorous word.
- ୬. ଲୁଗାର କୁଞ୍ଚ —୬. Ripples raised by folding a cloth artistically.
- ୭. 'ସାଗର' ବା 'ସମୁଦ୍ର' ବା 'ତରଙ୍ଗିଣୀ' ଉପାଧିଯୁକ୍ତ ସଙ୍ଗୀତ ବା ବାଚ୍ୟାଦି ଗ୍ରନ୍ଥର ଖଣ୍ଡ ବା ଭାଗ —୭. Section or volume of a book.
(ଯଥା—ଦାମୋଦର ପଟ୍ଟନାୟକଙ୍କ 'ସଙ୍ଗୀତ ସାଗରର ୧ମ, ୨ୟ, ୩ୟ, ଓ ୪ର୍ଥ ଆଦି ତରଙ୍ଗ)
- ୮. ସଙ୍ଗୀତରେ ସ୍ୱରର କମ୍ପନ; ସ୍ୱରଲହରୀ; ମୁର୍ଚ୍ଛନା — ୮. Modulation of voice or tune in music.
- ୯. ଉତ୍ସାହ ଓ ଆନନ୍ଦ ଆଦିର ହପ୍ପା — ୯. Burst of delight.
- ୧. ବସ୍ତ୍ର; ଲୁଗା (ହିନ୍ଦୀ - ଶବ୍ଦସାଗର) —୧୦. Cloth.
- ୧୧. ଘୋଡ଼ା ଆଦିଙ୍କ କୁଦା (ହିନ୍ଦୀ - ଶବ୍ଦସାଗର) —୧୧. Gallop.
ଦେଶଜ - ବିଶେଷଣ -
[ସମ୍ପାଦନା]ଚଞ୍ଚଳ —Restless; quick.
ଏକାନ୍ତ କାନ୍ତ—ଆଲିଙ୍ଗନ—ଭାବେ ମଗନ ହୋଇ, ଥିବ ପାଶବନ୍ଧ କୁରଙ୍ଗୀପରି ତରଙ୍ଗ ନୋହି ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ