ତରଳ
ଦେଖଣା
ତରଳ
ଉଚ୍ଚାରଣ
[ସମ୍ପାଦନା](ତରଳା—ସ୍ତ୍ରୀ)
ତରଳତା, ତାରଲ୍ୟବି
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ତୃ ଧାତୁ=ଗମନ କରିବା, ବୋହିଯିବା+କର୍ତ୍ତୃ. ସଂଜ୍ଞାର୍ଥରେ. ଅଳ)
[ସମ୍ପାଦନା]- ୧. ପାଣିଆଁ; ଜଳପରି ପତଳା; ଜଳୀୟ; ଦ୍ରବ —୧. Fluid; liquid; watery.
- ୨. ବାଷ୍ପୀୟ —୨. Gaseous.
- ୩. ଦ୍ରବୀଭୁତ; ବିଗଳିତ —୩. Melted; molten.
- ୪. କମ୍ପମାନ —୪. Tremulous.
- ୫. ଢଳଢଳ; ବିଚଳିତ ହେଉଥିବା; ଚଞ୍ଚଳ; ଚପଳ — ୫. Unsteady; unstable; fickle; wavering; flickering.
- ୬. ଉଜ୍ଜ୍ୱଳ; ଦୀପ୍ତିଶୀଳ —୬. Glittering; flashing.
- ୭. କାମୁକ —୭. Lustful.
- ୮. ଦୋଳାୟମାନ —୮. Oscillating; waving.
- ୯. ପୋଲା (ହିନ୍ଦୀ - ଶବ୍ଦସାଗର) —୯. Empty.
- ୧. ବହି ଯାଉଥିବା —୧୦. Flowing.
- ୧୧. ତରଙ୍ଗଯୁକ୍ତ —୧୧. Wavy.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ହାର —୧. Necklace.
- ୨. ହାରର ମଧ୍ୟମଣି — ୨. The central gem of a necklace.
ହାରି ହାର ହୋଇ ତରଳକୁ ଘେନି ସୁରସରିତ ଅନୁସରି ଭଞ୍ଜ. କୋଟୀବ୍ରହ୍ମାଣ୍ଡ ସୁନ୍ଦରୀ
- ୩. ହୀରା (ହିନ୍ଦୀ - ଶବ୍ଦସାଗର) —୩. Diamond.
- ୪. ଲୁହା (ହିନ୍ଦୀ - ଶବ୍ଦସାଗର) —୪. Iron.
ଦେଶଜ - (ପଦ୍ୟ) ବିଶେଷ୍ୟ -
[ସମ୍ପାଦନା]ଚାଞ୍ଚଲ୍ୟ; ଚଞ୍ଚଳତା — Unsteadiness; restlessness.
ବଜାଇ କମ୍ୱୁବର ବାହୁଡ଼େ ତରତର ତରଳ ଚିତ୍ତୁଁ ନାଶି ସେ ଭଞ୍ଜ. ବୈଦେହୀଶବିଳାସ