ତରଳିବା
ଦେଖଣା
ତରଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ତରଳ ଶବ୍ଦରୁ ଓଡ଼ିଆ ନାମ ଧାତୁ)
[ସମ୍ପାଦନା]- ୧. ଦ୍ରବୀଭୁତ ହେବା; ତରଳ ହେବା — ୧. To be melted; to melt.
ଶିରପେଞ୍ଚ ଯାହା କିଛି ଦିନ ଅନ୍ତେ ତରଳେ କରକା ପ୍ରାୟେ କାଳଦନ୍ତେ—ରାଧାନାଥ. ଦରବାର
- ୨. (ହୃଦୟ) ଚଞ୍ଚଳ ବା ଅସ୍ଥିର ହେବା — ୨. (heart) To become restless.
ମୋହନପରଶେ ଉର୍ବଶୀର ମନ ତରଳିଗଲା ନିତାନ୍ତକ୍—ରାଧାନାଥ ଉର୍ବଶୀ
- ୩. (ହୃଦୟ) ଦୟାର୍ଦ୍ର ହେବା; ନରମ ବା କୋମଳ ହେବା — ୩. (heart) To become soft or pitiful; to become mollified.
- ୪. ବିଚଳିତ ହେବା —୪. To waver.
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ପଡ଼ିବା, ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]