ତର୍ପଣ
ଦେଖଣା
ତର୍ପଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - କ୍ଳୀ. [ତୃପ୍ ଧାତୁ=ତୃପ୍ତ ହେବା; ଣିଚ ତର୍ପି ଧାତୁ+ ଭାବ ଅନ]
[ସମ୍ପାଦନା]- ୧. ତୃପ୍ତି —୧. Satiety.
- ୨. [+କରଣ ଅନ] ଦେବତା, ଋଷି ଓ ପିତୃଲୋକଙ୍କ ତୃପ୍ତ୍ୟର୍ଥ ଜଳଦାନ —୨. The rites of offering oblations of water to the manes of one's deceased ancestors, Deities and sages.
[ଦ୍ରଷ୍ଟବ୍ୟ —ମନ୍ତ୍ରପାଠ ପୂର୍ବକ କୁଶ, ତିଳ, ଜଳ, ଯବ ଓ ତ୍ୱଣ୍ଡୁଳ— ଆଦିଦ୍ୱାରା ଜଳାଞ୍ଜଳି ଦେଇ ଦେବତା, ଋଷି ଓ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯାଏ ଆଶ୍ୱିନମାସର ପ୍ରଥମ ପନ୍ଦର ଦିନ ପିତୃପକ୍ଷ ବା ଅପରପକ୍ଷ ବୋଲି କଥିତ ଏ ସମୟରେ ତର୍ପଣ କରିବାର ବିଧାନ ଅଛି ଶ୍ରାଦ୍ଧ ଦିବସରେ ମଧ୍ୟ ତର୍ପଣ କରାଯାଏ]
- ୩. ପ୍ରୀଣନ; ତୃପ୍ତିସାଧନ — ୩. Act of satisfying.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ତୃପ୍ତି ଜନକ —Satisfying; pleasing.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ; ଯଥା— ଘ୍ରାଣତର୍ପଣ=ନାସାରତୃପ୍ତିକର; କର୍ଣ୍ଣତର୍ପଣ=କର୍ଣ୍ଣର ତୃପ୍ତିଜନକ]