Jump to content

ତଲାକ୍ ଦେବା

ଉଇକିଅଭିଧାନ‌ରୁ

ତଲାକ୍ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ମୁସଲମାନ୍ଙ୍କ ବ୍ୟବହୃତ)

[ସମ୍ପାଦନା]
୧. (ସ୍ୱାମୀ) ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ 'ତଲାକ୍' ଏହି ଶବ୍ଦ ୩ଥର ଉଚ୍ଚାରଣ କରି ଶପଥ କରିବା —୧. (the husband) To pronounce the formula 'Talāk' ୩ times while dissolving the marriage-tie with the wife, according to the dictates of the Koran.
୨. ବିବାହିତା ସ୍ତ୍ରୀକୁ ତ୍ୟାଗ କରିବା; ବିବାହବନ୍ଧନ ଛେଦନ କରିବା —୨. To dissolve one's marriage-tie with one's wife.

[ଦ୍ରଷ୍ଟବ୍ୟ —ମୁସଲମାନ୍ ଶାସ୍ତ୍ର ମତରେ ବିବାହବନ୍ଧନ ଛେଦନପ୍ରସ୍ତାବ ସ୍ତ୍ରୀ ଆଡ଼ୁ ହେଲେ ତାକୁ 'ଖୁଲା' ଓ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ରାଜିରେ ହେଲେ ତାକୁ 'ମୁବାରାତ୍' ବୋଲାଯାଏ ସ୍ୱାମୀ ସ୍ତ୍ରୀକୁ ଥରେ 'ତଲାକ୍' ଦେଲେ ୩ ମାସ ମଧ୍ୟରେ ପୁଣି ମିଳିତ ହେବାକୁ ଇଚ୍ଛା କରି ତାହା ପ୍ରତ୍ୟାହାର କରି ପାରନ୍ତି; ମାତ୍ର ୩ ମାସ ଗତ ହୋଇଗଲେ ଆଉ କରି ପାରିବେ ନାହିଁ ୩ମାସ ପରେ ସ୍ୱାମୀ ଓ ସ୍ତ୍ରୀ ପୁନର୍ବାର ମିଳିତ ହେବାକୁ ଇଚ୍ଛା କଲେ ତଲାକ୍ଦିଆ ସ୍ତ୍ରୀ ଅନ୍ୟ ଜଣକୁ ବିବାହ କରିବେ ଓ ୨ୟ ସ୍ୱାମୀ ତାହାଙ୍କୁ ତଲାକ୍ ଦେବେ ଏବଂ ତତ୍ପରେ ଉକ୍ତ ସ୍ତ୍ରୀ ୧ମ ସ୍ୱାମୀଙ୍କୁ ଗ୍ରହଣ କରି ପାରିବେ ସ୍ତ୍ରୀର ଅନୁପସ୍ଥିତିରେ ମଧ୍ୟ ସ୍ୱାମୀ ସ୍ତ୍ରୀକୁ ତଲାକ୍ ଦେଇ ପାରନ୍ତି]