ତସର
ତସର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରସର)
[ସମ୍ପାଦନା]- ୧. ଟସର; ଏକପ୍ରକାର ଗୋଟୀ ପୋକର ଗୋଟୀରୁ ବାହାରିବା ରେଶମ ସୂତା — ୧. A kind of coarse silk got from cocoons; Tussar.
[ଦ୍ରଷ୍ଟବ୍ୟ —ଛୋଟନାଗପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ବୀରଭୁମ, ମେଦିନୀପୁର ଆଦି ଅଞ୍ଚଳରେ ବଣରେ ସାହାଡା, ବାହାଡ଼ା, କୁସୁମ, ପିୟାଳ, ବରକୋଳି ଆଦି ଗଛର ପତ୍ର ଖାଇ ଏ ପୋକମାନେ ସେହି ଗଛରେ ବଢ଼ନ୍ତି ରେସମ ପୋକଙ୍କ ଭଳି ଏ ପୋକମାନଙ୍କ ପ୍ରତି ବିଶେଷ ଯତ୍ନ ଲୋଡ଼ା ହୁଏ ନାହିଁ, କେବଳ ଏମାନଙ୍କୁ ଚଢ଼େଇ ଓ ପିମ୍ପୁଡ଼ି ଖାଇ ନ ଯିବେ ଏଥିପାଇଁ ଦୃଷ୍ଟି ରଖିବାକୁ ହୁଏ ଏ ପୋକମାନଙ୍କୁ ପାଳିବାବାଲା ଲୋକେ ଗୋଟୀରୁ ବାହାରିବା ପ୍ରଜାତିଙ୍କୁ ଜଙ୍ଗଲରେ ଛାଡ଼ି ଦିଅନ୍ତି ପ୍ରଜାପତି— ମାନେ ସେଠାରେ ଜୋଡ଼ ଲାଗିବା ପରେ ମାଈ ପ୍ରଜାପତି ଗଛର ପତ୍ରରେ ସୋରିଷ ପରି ଡିମ୍ୱମାନ ପାରନ୍ତି ପ୍ରତ୍ୟେକ ମାଈ ପ୍ରଜାପତି ୨/୨/?/: ଦିନ ଯାକେ ୨/୨୫: ଡିମ୍ୱ ଦିଅନ୍ତି ଓ ଡିମ୍ୱ ଦେଲା— ପରେ ମରି ଯାଆନ୍ତି ୧/୧୨: ଦିନ ବାଦ୍ ସେ ଡିମ୍ୱରୁ ଦସିପୋକ (କୃମି) ଭଳି ଟିକିଟିକି ପୋକ ବାହାରନ୍ତି ଓ ସେହି ପୋକମାନେ ଉକ୍ତ ଗଛର ପତ୍ର ଖାଇ ବଢ଼ନ୍ତି ୧୫: ଦିନ ମଧ୍ୟରେ ୪ ଥର ତାଙ୍କ ଖୋଳ ବଦଳେ ୧୫: ଦିନ ବାଦ ପୋକମାନେ ୮/୧: ଆଙ୍ଗୁଳ ପର୍ଯ୍ୟନ୍ତ ନିର୍ଲୋମ ସମ୍ୱାଳୁଆ ପରି ବଢ଼ନ୍ତି ଏମାନେ ନାନାବର୍ଣ୍ଣର ହୁଅନ୍ତି; କେହି ମାଟିଆ, କେହି ପାଉଁଶିଆ, କେହି ନେଳି, କେହି ହଳଳିଆ ହୁଅନ୍ତି ଏହି ବଡ଼ପୋକମାନେ ଆପଣା ପାଟିରୁ ଲାଳ ବାହାର କରି ସେହି ଲାଳରେ ଅଣ୍ଡାକାର ୫/୬: ଆଙ୍ଗୁଳ ଲମ୍ୱ ଗୋଟୀ ତିଆରି କରନ୍ତି ଓ ସେ ଗୋଟୀ ଭିତରେ ନିଜେ ଅବରୁଦ୍ଧ ହୋଇ ରହନ୍ତି ପାଳିବାବାଲାମାନେ ସେହି ଗୋଟୀମାନ ସଂଗ୍ରହ କରି ଆଣନ୍ତି ଗୋଟୀର ମୁହଁକୁ କାଟି ଦେଇ ଉକ୍ତ ପୋକ ପ୍ରଜାପତି ଆକାର ଧାରଣ କରି ଯେବେ ଉଡ଼ିଯିବେ, ତେବେ ସେ ଗୋଟୀର ସୂତାଯାକ ଟିକି— ଟିକି ହୋଇ ଅକାମିକା ହୋଇଯିବ ଏଥିପାଇଁ ଗୋଟୀର ଭିତରେ ଥିବା ପୋକ ଗୋଟୀକୁ କାଟି ବାହାରିଯିବା ପୂର୍ବରୁ ଗୋଟୀମାନଙ୍କୁ ନେଇ ଖାରମିଶା ଗରମପାଣିରେ ପକାଇ ଦିଅନ୍ତି ଓ ଗରମପାଣିରେ ଭିତରର ପୋକ ମରିଯାଆନ୍ତି ଓ ଗୋଟୀମାନ ଅକ୍ଷୁଣ୍ଣ ରହେ ସେହି ଗୋଟୀମାନଙ୍କରୁ ତସର ସୂତା ବାହାରେ]
- ୨. ମଠାଲୁଗା —୨. Coarse silk stuff.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ସଂସ୍କୃତ ଥିବାର ହିନ୍ଦୀ - ଶବ୍ଦସାଗରରେ ଲେଖାଅଛି]