Jump to content

ତହସିଲ ପଞ୍ଚାଏତ୍

ଉଇକିଅଭିଧାନ‌ରୁ

ତହସିଲ ପଞ୍ଚାଏତ୍

ଉଚ୍ଚାରଣ

[ସମ୍ପାଦନା]

(ତହସିଲ୍ ପଞ୍ଚାୟତ୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଇଂରାଜ ସରକାରଙ୍କ ଉଦ୍ଭାବିତ ନାମକରଣ)—ଗ୍ରାମ୍ୟ ପଞ୍ଚାଏତ୍ମାନଙ୍କ ମଧ୍ୟରୁ ଚୌକିଦାରୀ ଇଉନିୟନ୍ର ଚଉକିଦାରୀ ଟିକସ ଆଦାୟ କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି; ଯେଉଁ ପଞ୍ଚାଏତ୍ ପ୍ରଜାମାନଙ୍କଠାରୁ ଚଉକିଦାରୀ ଟିକସ ଆଦାୟ କରନ୍ତି — Collecting Panchayet; the panchayet or-<? ?> head-man entrusted with the duty of collecting Chowkidari tax from the inhabitants of a union; collecting member of the Chowkidari Union.

[ ଦ୍ର—ପୂର୍ବେ ଗ୍ରାମର ଚଉକିଆମାନେ ଗ୍ରାମବାସୀଙ୍କଠାରୁ ମୁଖ୍ୟଭାବରେ ପାରିଶ୍ରମିକ ସ୍ୱରୂପ ହଳାବିଡାମାନ ପାଉଥିଲେ ଓ ଜାଗିରି ଜମି ଭୋଗ କରୁଥିଲେ କିନ୍ତୁ ଗଭର୍ଣ୍ଣମେଣ୍ଟ୍ ଚଉକିଦାରି ଆଇନ୍ଦ୍ୱାରା ଉକ୍ତ ପ୍ରଥା ଉଠାଇ ଦେଇ ଗ୍ରାମବାସୀମାନଙ୍କଠାରୁ ଚୌକିଦାରୀ ଟାକସ ଆଦାୟ କରି ତହିଁରୁ ଚଉକିଦାରମାନଙ୍କୁ ନିୟମିତ ରୂପେ ମାସିକ ଦର୍ମା ଦେବାର ବ୍ୟବସ୍ଥା କଲେ ଓ ଚଉକିଦାରମାନଙ୍କ ନିଷ୍କର ଜାଗିରି ଜମି ଉପରେ କର ଧାର୍ଯ୍ୟ କଲେ ଗୁଡିଏ ଗ୍ରାମକୁ ନେଇ ଗୋଟିଏ ଇଉନିଅନ ବା ଗ୍ରାମପୁଞ୍ଜ ଗଠିତ ହୋଇଅଛି ପ୍ରତ୍ୟେକ ଇଉନିଅନରେ ୫ ଜଣ ପଞ୍ଚାଏତ ଥାଆନ୍ତି ପଞ୍ଚାଏତ୍ମାନେ ଗ୍ରାମବାସୀଙ୍କ ଉପରେ ଚଉକିଦାରୀ ଟିକସ ଧାର୍ଯ୍ୟ କରନ୍ତି ତାଙ୍କ ମଧ୍ୟରୁ ଜଣକ ଉପରେ ଚଉକିଦାରୀ ଟିକସ ଆଦାୟର ଭାର ନ୍ୟସ୍ତ ଥାଏ ତାଙ୍କୁ ତହସିଲ୍ ପଞ୍ଚାଏତ୍ ବୋଲାଯାଏ ସେ ତହସିଲ ଖରଚା ପାଇଁ ସାମାନ୍ୟ କିଛି ପାରିଶ୍ରମିକ ପାଆନ୍ତି ]